Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ହୋଟେଲରେ ସେକ୍ସ ରାକେଟ୍ ଠାବ! ୫ ଯୁବତୀ ଉଦ୍ଧାର, ୭ ଗ୍ରାହକ ଅଟକ

ସୋନପୁର ସହରର ବିନିକା ରାସ୍ତାରେ ଥିବା ଏକ ହୋଟେଲରେ ପୋଲିସ ଚଢ଼ାଉ କରି ବଡ଼ ଧରଣର ସେକ୍ସ ରାକେଟ୍ ଠାବ କରିଛି। ଚଢ଼ାଉ ସମୟରେ ହୋଟେଲର ବିଭିନ୍ନ କୋଠରୀରୁ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୭ ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ହୋଟେଲରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସ ଗୁପ୍ତ ସୂଚନା ପାଇଥିଲା। ଶନିବାର ରାତିରେ ବିଦ୍ୟୁତ ବିଭ୍ରାଟ ଥିବା ସମୟରେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ହୋଟେଲରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଉଦ୍ଧାର ହୋଇଥିବା ଯୁବତୀମାନେ କେଉଁଠାର ଏବଂ କେବେଠାରୁ ଏହି କାରବାର ଚାଲିଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ସମସ୍ତଙ୍କୁ ସୋନପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣା ସମ୍ପର୍କରେ ଏସପି ଖୁବ୍‌ଶୀଘ୍ର ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ