Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଶାନ୍ତ ଜଗଦ୍ଦେବ! କହିଲେ- “ମୋ ରାଜନୈତିକ ଜୀବନରେ ତାଙ୍କ ଅବଦାନ ଅଛି”

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ଆକର୍ଷଣୀୟ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଆସୁଥିବା ବେଳେ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ଘଟଣା ଏବେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।

ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ ତାଙ୍କ ରାଜନୈତିକ ଜୀବନର ଆରମ୍ଭ ସମୟରେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ଅବଦାନ ରହିଛି। ତେଣୁ ସେ ନବୀନଙ୍କୁ ସମ୍ମାନ ଜଣାଇ ପାଦ ଛୁଇଁଥିବା କହିଛନ୍ତି। ଏହା ସହିତ ସେ “କକ୍ରୋଚ୍ ଜନତା ପାର୍ଟି”କୁ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, “ଅସରପା ଗୋଟେ ଚଢ଼େଇ ନା ଅସରପା କହିଲେ ଗଣତି ହେବନି। ବହୁତ ପାର୍ଟି ଆସିବେ ଯିବେ, କିଛି ଫରକ ପଡ଼ିବନି।”

ସୂଚନାଯୋଗ୍ୟ, ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜୁ ଜନତା ଦଳରେ ଥିଲେ ଏବଂ ଖୋର୍ଦ୍ଧା ଓ ଚିଲିକାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସେ ବିଜେଡିରୁ ବହିଷ୍କୃତ ହୋଇ ଭାଜପାରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ