Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ର ନୂଆ ଆରକ୍ଷୀ ଅଧିକ୍ଷକ ହେଲେ ରମେନ୍ଦ୍ର ପ୍ରସାଦ

ବାଲିଗୁଡା, ତା, ୨୪/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ) ରାଜ୍ୟ ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ ସ୍ତରରେଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି l ରାଜ୍ୟରେ ୧୮ ଜଣ ଆଇପିଏସ ଓ ଓପିଏସ ମାନଙ୍କୁ ବିଭିନ୍ନ ଭିଭାଗରେ ନିଯୁକ୍ତି ଦିଆଯାଇଛି l ସେହିପରି କନ୍ଧମାଳ ଜିଲ୍ଲା ରେ ନୂଆ ଆରକ୍ଷୀ ଅଧିକ୍ଷକ ରୂପେ ରମେନ୍ଦ୍ର ପ୍ରସାଦ ଙ୍କୁ ନୂତନ ନିଯୁକ୍ତି ମିଳିଛି | କନ୍ଧମାଳ ଏସପି ହରିଶ ବିଶି ଙ୍କୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ବଦଳି ହୋଇଛନ୍ତି | ନୂତନ ଭାବେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହୋଇ ଥିବା ୨୦୨୨ ବ୍ୟାଚ ଆଇପିଏସ ଅଧିକାରୀ ରମେନ୍ଦ୍ର ପ୍ରସାଦ ବର୍ତ୍ତମାନ ରାୟଗଡା ଅତିରିକ୍ତ ଏସପି ଭାବେ କାର୍ଯ୍ୟ ତୁଲାଉ ଥିଲେ | କନ୍ଧମାଳ ଏସପି ହରିଶବିଶି ଜିଲ୍ଲା ରେ ମାଓବାଦୀ ଦମନ, ଚୋରା ଗଞ୍ଜେଇ ଚାଲାଣ, ଆଇନ ଶୃଙ୍ଖଳା ଭଳି ବିଭିନ୍ନ ଉଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି | ସେହିପରି କନ୍ଧମାଳ ଜିଲ୍ଲା ରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ରମେନ୍ଦ୍ର ପ୍ରସାଦ ବାଲିଗୁଡା ଏସଡିପିଓ ଭାବେ ପ୍ରଥମ ନିଯୁକ୍ତି ପାଇ ଉପଖଣ୍ଡ ରେ ଆଇନ ଶୃଙ୍ଖଳା, ସାଇବର କ୍ରାଇମ ରୋକିବା, ଚୋରା ଗଞ୍ଜେଇ କାରବାରକୁ ରୋକ ଲଗାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଜନସାଧାରଣ ଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ | ପରେ ପରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଏସପି ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ