Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡ଼ି ଦେବାଶିଷଙ୍କ ବଡ଼ ବିସ୍ଫୋରଣ: ‘ପାଣ୍ଡିଆନଙ୍କ ପାଇଁ ନବୀନଙ୍କୁ ଭେଟି ପାରିଲିନି’

ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳ ଓ ଭିକେ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ନିଜର ରାଜନୈତିକ କ୍ୟାରିୟର ଭାଜପା ସହଯୋଗରେ ଆରମ୍ଭ କରିଥିଲେ। ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କ ସମର୍ଥନରେ ସେ ସାଂସଦ ଓ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ମୁଁ ଭାଜପାକୁ ଗଲେ ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ।

ସେ ଆହୁରି କହିଛନ୍ତି ଯେ, ଭିକେ ପାଣ୍ଡିଆନ ତାଙ୍କୁ ନବୀନ ପଟ୍ଟନାୟକଙ୍କ ସହ ଭେଟିବାକୁ ଦେଇନଥିଲେ। ପାଣ୍ଡିଆନଙ୍କ ପ୍ରଭାବରେ ନବୀନ ବାବୁ ତାଙ୍କୁ ଦୂରେଇ ଦେଇଥିବା ଅଭିଯୋଗ କରିଛନ୍ତି। ଦେବାଶିଷଙ୍କ କହିବା ଅନୁସାରେ, ପାଣ୍ଡିଆନ ନବୀନଙ୍କ ଲୋକପ୍ରିୟତାକୁ କ୍ଷତିଗ୍ରସ୍ତ କରିଛନ୍ତି ଏବଂ ନବୀନ ବାବୁ ସମ୍ପୂର୍ଣ୍ଣ ଭାବେ ତାଙ୍କ କଥାରେ ପରିଚାଳିତ ହେଉଛନ୍ତି। “ନବୀନ ବାବୁଙ୍କୁ ହରାଇବା ଲୋକ ସିଏ, ତଥାପି ସେ ବୁଝିପାରୁନାହାଁନ୍ତି,” ବୋଲି ସେ କହିଛନ୍ତି।

ସୋମବାର ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇ ତାଙ୍କ ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ତେବେ ସେ କହିଛନ୍ତି ଯେ, ଭାଜପାର ରାଷ୍ଟ୍ରୀୟ ସଭାପତି ଯେତେବେଳେ ନିଷ୍ପତ୍ତି ନେବେ, ସେତେବେଳେ ସେ ଔପଚାରିକ ଭାବେ ଭାଜପାରେ ଯୋଗଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ