Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର ଭଡ଼ା ଘରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ, ଆତ୍ମହତ୍ୟା ନା ଅନ୍ୟ କିଛି ? ଖୋଳତାଡ଼ରେ ପୁଲିସ

ଭୁବନେଶ୍ୱର ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କବାଟ ଭାଙ୍ଗି ପୁଲିସ ମୃତଦେହକୁ ଉଦ୍ଧାର କରିଥିବା ବେଳେ ମୃତ ଯୁବତୀଙ୍କ ନାମ ଗୋଲଡି ଓରଫ ମନୀଷା ବୋଲି ଜଣାପଡ଼ିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ମନୀଷା କେଉଁ କାରଣରୁ ଏପରି ଚରମ ପଦକ୍ଷେପ ନେଲେ, ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରୁଥିବା ବେଳେ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ଯାଞ୍ଚ କରାଯାଇଛି।

ପୁଲିସ ମନୀଷାଙ୍କ ମୋବାଇଲ ଫୋନ୍‌କୁ ଜବତ କରିଛି। ଆଗାମୀ ଦିନରେ କଲ୍‌ ରେକର୍ଡ ଓ ଅନ୍ୟାନ୍ୟ ଡିଜିଟାଲ ତଥ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ଘଟଣାଟି ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି, ସେନେଇ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ