Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ବର୍ଷର ପ୍ରେମ ବିବାହ ପରେ ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ଯୁବକ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବିବାହର ୫ ବର୍ଷ ପରେ ଜଣେ ମହିଳା ନିଜ ସ୍ୱାମୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗୋପାଳପୁର ଗ୍ରାମର ରାଜଶ୍ରୀ ନାଥ ପାଞ୍ଚ ବର୍ଷ ପୂର୍ବେ ସେହି ଗ୍ରାମର ପ୍ରଶାନ୍ତ ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବେ ଶାଶୁଘରେ ରହୁଥିଲେ। କିନ୍ତୁ କିଛି ଦିନ ତଳେ ପରିବାରିକ କଳହକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ରାଜଶ୍ରୀ ଅଲଗା ଭଡ଼ାଘରେ ରହିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ପ୍ରଶାନ୍ତ ମାନିନଥିଲେ। ଏହା ପରେ ରାଜଶ୍ରୀ ହଠାତ୍ ନିଖୋଜ ହୋଇଯାଇଥିଲେ।

ଏନେଇ ପ୍ରଶାନ୍ତ ଗତ ୫ ତାରିଖରେ ଭଦ୍ରେଶ୍ୱର ଥାନାରେ ପତ୍ନୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ତେବେ ପରେ ରାଜଶ୍ରୀ ସ୍ୱାମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ କେସ୍ ନଂ ୧୦୪/୨୦୨୬ ରେ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ଗିରଫ କରିଛି। ଘଟଣାର ସତ୍ୟାସତ୍ୟ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ