Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ ସମାଜସେବା ରୌପ୍ୟ ରତ୍ନ ସମ୍ମାନ ୨୦୨୬ ରେ ସମ୍ମାନିତ ହେଲେ ହେମନ୍ତ କୁମାର ଚୌହାନ।

କଳାହାଣ୍ଡି,୨୯/୦୫
ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟିକ ସଂଗଠନ, ଭୁବନେଶ୍ବର, ପକ୍ଷ ହେମନ୍ତ କୁମାର ଚୌହାନ ସମାଜସେବୀ,ଭବାନୀ ପାଟଣା ଙ୍କୁ
ସମ୍ମାନିତ ହୋଇ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି।
୧୧ ତମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ – ୨୦୨୬ ଅବସରରେ ସ୍ଥାନ ଜିଲ୍ଲା ସଂସ୍କୃତି ଭବନ, ଝାରସୁଗୁଡ଼ା, ଠାରେ ସମ୍ମାନିତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ହେମନ୍ତ କୁମାର ଚୌହାନ,
ସମାଜସେବୀ, ଭବାନୀ ପାଟଣା ଙ୍କୁ ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ ସମାଜସେବା ରୌପ୍ୟ ରତ୍ନ ସମ୍ମାନ – ୨୦୨୬ ରେ ସମ୍ମାନିତ କରାଯାଇଛି।ଜଣେ ବିଶିଷ୍ଟ ସମାଜସେବୀ ତଥା ସମାଜସେବି ହିସାବରେ ସମାଜରେ କିପର ଭାବରେ ବନ୍ୟା, ବାତ୍ୟା, ମରୁଡି, ଜନସେନା, ଘରପୋଡି,ରାସ୍ତାଘାଟ ଦୁର୍ଘଟଣା, ରକ୍ତଦାନ ଏବଂ ଅନୁଦାନ ଭଳି ବିଭିନ୍ନ ଦାନର ଜନକଲ୍ୟାଣ କାର୍ଯ୍ୟକରିବା ସହିତ “ମାନକ ସେବାକୁ ମାଧବ ସେବା ବୋଲି ଭାବିଲେ ଉତ୍ତମ ସେବା ଯୋଗାଇ ଲୋକମାନଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ସମାଜରେ ଏଭଳି ଦୁଃସାହସିକ କାମ କରି ଓଡ଼ିଆ ଙ୍କ ଘରେ ଘରେ ସୁପରିଚିତ ହେବା ସହ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଛନ୍ତି। ଆପଣଙ୍କର ଏଭଳି ଗୁରୁତ୍ତ୍ୱପୂର୍ଣ ଦାୟିତ୍ଵ ଜୀବଜଗତକୁ ସମୃଦ୍ଧ କରିବା ସହ ନୂଆ ଜୀବନ ପ୍ରଦାନ କରିବାରେ ସହାୟ ହୋଇପାରିଛି। ନିଜର ଦୁଃଖ ଯନ୍ତ୍ରଣା ଓ ଅଭାବ ଅସୁବିଧାକୁ ପଛରେ ପକାଇ ଜୀବଜନ୍ତୁ, ବୃକ୍ଷଲତା, ତଥା ମାନବ ଜଗତକୁ ଉତ୍ତମ ସେବା ଯୋଗାଇବାରେ ସିଦ୍ଧହସ୍ତ ହୋଇପାରିଛନ୍ତି । ଏଣୁ ତାଙ୍କର ନିଷ୍ଠାପର ସେବା ତଥା ବିଶିଷ୍ଟ ସମାଜସେବାର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଏହି ଅବସରରେ ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ ସମାଜସେବା ରୌପ୍ୟ ରତ୍ନ ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ