Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ଶନିବାରଠାରୁ ଭୋଟର ତାଲିକାର SIR ଅଭିଯାନ, ଜୁନ୍ ୨୮ ପର୍ଯ୍ୟନ୍ତ ଘରେ ଘରେ ପହଞ୍ଚିବେ BLO

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (SIR) ଶନିବାରଠାରୁ ଆରମ୍ଭ ହେବ। ଏହି ଅଭିଯାନ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ସୂଚନା ଦେଇଛନ୍ତି। ଏହି ସମୟରେ ବୁଥ୍ ଲେଭେଲ୍ ଅଫିସର (BLO)ମାନେ ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସଂଶୋଧନ କରିବେ।

SIR କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୪୫ ହଜାର ୨୫୫ ଜଣ BLOଙ୍କୁ ନିଯୁକ୍ତ କରାଯାଇଛି ଏବଂ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇସାରିଛି। ସେମାନେ ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟରଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ। ଏହା ସହ ୩୧ ହଜାର ୨୬ ଜଣ ବୁଥ୍ ଲେଭେଲ୍ ଏଜେଣ୍ଟ ମଧ୍ୟ ଏହି ପ୍ରକ୍ରିୟାରେ ସହଯୋଗ କରିବେ। BLOମାନେ ସକାଳେ ଘରେ ଘରେ ଯାଇ କାର୍ଯ୍ୟ କରିବା ସହ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ନିଜ ନିଜ ବୁଥ୍‌ରେ ଉପସ୍ଥିତ ରହିବେ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଭୋଟରଙ୍କ ମ୍ୟାପିଂ ସରିଛି। ତେବେ ପ୍ରାୟ ୧୭ ପ୍ରତିଶତ ତଥ୍ୟରେ ନାମ, ବୟସ କିମ୍ବା ପିତାଙ୍କ ନାମ ସମ୍ବନ୍ଧୀୟ ତ୍ରୁଟି ଚିହ୍ନଟ ହୋଇଛି। ଡୋର-ଟୁ-ଡୋର ଯାଞ୍ଚ ବେଳେ ଏହି ସବୁ ତ୍ରୁଟି ସଂଶୋଧନ କରାଯିବ। ଭୋଟରମାନେ ନିଜ ଫଟୋ ଓ ସ୍ୱାକ୍ଷର ପ୍ରଦାନ କରିବେ, ଏବଂ ଇଚ୍ଛା କଲେ ନୂତନ ଫଟୋ ମଧ୍ୟ ଦେଇପାରିବେ। ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଫର୍ମ ଯୋଗାଇ ଦିଆଯିବ ବୋଲି ନିର୍ବାଚନ ବିଭାଗ ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ