Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡକ୍ଟର ଡିଗ୍ରୀ ହାସଲ ପରେ ଗାଁ ର ସୁନାପୁଅ କୁ ସ୍ୱାଗତ କଲେ ଗ୍ରାମବାସୀ।

କଳାହାଣ୍ଡି,୩୦/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ ଗ୍ରାମ ର ଉମା ଶଙ୍କର ଶର୍ମା ଓ ଶ୍ରୀମତୀ ନିଶା ଶର୍ମା ଙ୍କ ସୁପୁତ୍ର ଡ଼. ଆଶୁତୋଷ ଶର୍ମା ଡାକ୍ତର ଡିଗ୍ରୀ ହାସଲ କରି ଗାଁ ରେ ପହଞ୍ଚିବା ପରେ ତାଙ୍କୁ ପରିବାରଜନ,ଲଡୁଗାଁ ମାରୱାଡି ଯୁବାମଞ୍ଚ ଓ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଲଡୁଗାଁ ହନୁମାନ ଛକ ଠାରୁ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିଲେ। କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ର ୨୦୨୦ ବ୍ୟାଚ ର ଛାତ୍ର ଥିଲେ ଡ଼.ଆଶୁତୋଷ ଶର୍ମା। ସେ ନିଜର ନିଷ୍ଠା ଓ ଆତ୍ମବିଶ୍ବାସ ଯୋଗୁଁ ସଫଳତାର ସହ ଡାକ୍ତର ଡିଗ୍ରୀ ହାସଲ କରିଛନ୍ତି। ଆଗକୁ ସେ ଜଣେ ଡାକ୍ତର ହୋଇ ନିଜ ଅଞ୍ଚଳ ରେ ରୋଗୀସେବା ଜାରି ରଖିବେ ବୋଳି କହିଛନ୍ତି। ଡ଼. ଆଶୁତୋଷ ଶର୍ମା ଙ୍କୁ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ସଭାପତି ସାହିଲ ଅଗ୍ରୱାଲ, ସମ୍ପାଦକ ଗୌରବ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ,ଶ୍ରୀକାନ୍ତ ଶର୍ମା, ରମେଶ ଶର୍ମା, ନିଲେଶ ଅଗ୍ରୱାଲ,ଜୟ ଭଗବାନ ଅଗ୍ରୱାଲ, ସଞ୍ଜୟ ସିଂହଳ,ନାନକ ଅଗ୍ରୱାଲ ସମେତ ଗ୍ରାମବାସୀ ମାନେ ସନ୍ଧ୍ୟାରେ ନିଜ ମାଟି ଲଡୁଗାଁ ଠାରେ ଡ଼.ଆଶୁତୋଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଆଶୁତୋଷ ଙ୍କ ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ହେଵ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଏହାସହ ଡ଼.ଆଶୁତୋଷ ଶର୍ମା ଙ୍କୁ ବିଭିନ୍ନ ମହଲ ରୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ