Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଏକ ଏନକାଉଣ୍ଟର , ପୁଲିସ ଗୁଳିରେ ଘାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନା

ପୁରୀରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବାସେଳୀସାହି ଥାନା ପୁଲିସ ସହ ମୁହାଁମୁହିଁ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନା ଆହତ ହୋଇଛି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ଚିକିତ୍ସା ପାଇଁ ପ୍ରଥମେ ପୁରୀ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଶ୍ରୀସେତୁ ରୋଡ୍ ନିକଟରେ କିଛି ଅପରାଧୀ ଲୁଟ୍ ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅପରାଧୀମାନେ ଫେରାର ହେବାକୁ ଉଦ୍ୟମ କରିଥିବାବେଳେ ଚନ୍ଦନ ଜେନାଙ୍କ ବାଇକ୍ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଅଭିଯୋଗ ଅନୁସାରେ, ଏହାପରେ ଚନ୍ଦନ ପୁଲିସ ଉପରକୁ ଗୁଳି ଚଳାଇଥିଲା, ଯାହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା।

ଚନ୍ଦନ ଜେନା ଓରଫ ବିଷ୍ଣୁ ପ୍ରସାଦ ଜେନାଙ୍କ ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବାବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ