Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସମବାୟ ବ୍ୟାଙ୍କ ହିସାବରକ୍ଷକ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା।

କଳାହାଣ୍ଡି,୩୧/୦୫
କୋକସରା ବ୍ଲକ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ରେ କାର୍ଯ୍ୟରତ ହିସାବରକ୍ଷକ (ଏକାଉଣ୍ଟଟେଣ୍ଟ) କର୍ମଚାରୀ ଦିବସ କୁମାର ପ୍ରଧାନୀ ଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଥିବା ବେଳେ ତାଙ୍କୁ କେନ୍ଦ୍ର ସମବାୟ ବ୍ୟାଙ୍କ ଓ କୃଷି ସମବାୟ ସମିତିର ପ୍ରତିନିଧି ଓ କର୍ମଚାରୀ ମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶ୍ରୀ ପ୍ରଧାନୀ କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କ ରେ ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ମେଳାପୀ କର୍ମଚାରୀ ଭାବେ ଚାଷି ମହଲ ରେ ଜଣାଶୁଣା ଥିଲେ। ବିଭିନ୍ନ କାର୍ଯ୍ୟ ନେଇ ବ୍ୟାଙ୍କ କୁ ଆସୁଥିବା ଚାଷି ଓ ଗ୍ରାହକ ଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ତାଙ୍କର ଅବଦାନ ରହିଛି। ରବିବାର ତାଙ୍କର ଅଵସର ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ,ସମ୍ମାନିତ ଅତିଥି ଭାବେ ପେକ୍ସ ସମ୍ପାଦକ ଯୁଗଳ କିଶୋର ନାଏକ, ରଞ୍ଜନ ପାଣିଗ୍ରାହୀ, ବିକାଶ ରଞ୍ଜନ ପଣ୍ଡା,ପଦ୍ମନ ବାଗ, କ୍ଷମାନିଧି ବାଗ,ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପ୍ରଧାନୀ ଙ୍କ କାର୍ଯ୍ୟଦକ୍ଷତା କୁ ପ୍ରସଂଶା କରିବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସମିତିର କର୍ମଚାରୀ ଭାରତ ପ୍ରଧାନୀ, ଭାବଗ୍ରାହୀ ପ୍ରଧାନୀ,କୁଳମଣି ନାଏକ,କପିଳ ମାଝୀ, ଗିରିସୁତା ସୁନାନୀ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories