Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତାନ୍ୟାହୁଙ୍କ ଉପରେ ଟ୍ରମ୍ପଙ୍କ ରାଗ! ଫୋନ୍‌ରେ କହିଲେ – ‘ତୁମେ ପାଗଳ ହୋଇଗଲ କି?’

ଇସ୍ରାଏଲ-ଲେବାନନ ସଂଘର୍ଷକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଆମେରିକୀୟ ଗଣମାଧ୍ୟମ ‘ଆକ୍ସିଓସ୍‌’ର ରିପୋର୍ଟ ଅନୁଯାୟୀ, ଲେବାନନ ଉପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇବା ପରେ ଟ୍ରମ୍ପ ନେତାନ୍ୟାହୁଙ୍କୁ ଫୋନ୍‌ କରି କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। କଥାବାର୍ତ୍ତା ବେଳେ ସେ ନେତାନ୍ୟାହୁଙ୍କୁ ‘ପାଗଳ’ ବୋଲି କହିଥିବା ମଧ୍ୟ ଦାବି କରାଯାଇଛି।

ରିପୋର୍ଟ ଅନୁସାରେ, ଟ୍ରମ୍ପ ନେତାନ୍ୟାହୁଙ୍କୁ ପଚାରିଥିଲେ, “ତୁମେ କ’ଣ କରୁଛ?” ଏବଂ ଇସ୍ରାଏଲର ଆକ୍ରମଣାତ୍ମକ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଆହୁରି କହିଥିବା ଜଣାପଡ଼ିଛି ଯେ, ଏଭଳି କାର୍ଯ୍ୟକଳାପ ଯୋଗୁଁ ଇସ୍ରାଏଲର ଆନ୍ତର୍ଜାତିକ ଛବି କ୍ଷତିଗ୍ରସ୍ତ ହେଉଛି। ଏହାପରେ ବୈରୁତ ଉପରେ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ଇସ୍ରାଏଲ ବନ୍ଦ କରିଥିବା କୁହାଯାଉଛି।

ଅନ୍ୟପଟେ, ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଦାବି କରିଛନ୍ତି ଯେ, ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ବେରୁତକୁ ସେନା ପଠାଇବା ଯୋଜନା ବାତିଲ ହୋଇଛି। ସେହିପରି ହିଜବୋଲା ସହ ମଧ୍ୟ ଆଲୋଚନା ସକାରାତ୍ମକ ହୋଇଥିବା ଏବଂ ଉଭୟ ପକ୍ଷ ଗୁଳିବିନିମୟ ବନ୍ଦ ରଖିବାକୁ ସହମତ ହୋଇଥିବା ସେ ଦାବି କରିଛନ୍ତି। ଏହି ଘଟଣା ମଧ୍ୟପ୍ରାଚ୍ୟର ଜଟିଳ ପରିସ୍ଥିତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ