Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଢ଼ିବ ତାତି! ୫ ଦିନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା, ୧୧ ଜିଲ୍ଲାକୁ ସତର୍କତା

ଓଡ଼ିଶାରେ ପୁଣି ଗରମର ପ୍ରକୋପ ବଢ଼ିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ସହ ଉପକୂଳ ଓଡ଼ିଶା ସମେତ କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି।

ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଜୁନ୍ ୨ରୁ ୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରମ ଓ ଆର୍ଦ୍ରତା ଯୋଗୁଁ ଅସହ୍ୟ ଗୁଳୁଗୁଳି ପାଗ ଲାଗି ରହିବ। ବିଶେଷକରି ଉପକୂଳ ଅଞ୍ଚଳରେ ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଏହି ପରିସ୍ଥିତିରେ ଲୋକଙ୍କୁ ଦିନବେଳା ଅନାବଶ୍ୟକ ଘର ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ଖରାରେ କାମ କରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୫ ଦିନ ପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ଗରମ ଓ ଗୁଳୁଗୁଳିରୁ ଆଶୁ ମୁକ୍ତି ମିଳିବାର ସଙ୍କେତ ମଧ୍ୟ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ