ମେଗାଲିଫ୍ଟ ଚାଷି ଙ୍କ ରବିଧାନ ଟୋକନ ଆସିବା ନେଇ ପ୍ରତିକ୍ରିୟା ରଖିଲେ ଧର୍ମଗଡ ବିଧାୟକ ।
କଳାହାଣ୍ଡି,୦୨/୦୫
ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଅନ୍ତର୍ଗତ ଜୟପାଟଣା, କୋକସରା, ଧର୍ମଗଡ ବ୍ଲକ ର ୧୮,୮୮୫ ହେକ୍ଟର ଚାଷଜମି ରେ ଚଳିତ ବର୍ଷ ଜଳସେଚନ ସୁବିଧା ମିଳିବା ପରେ ରବିଧାନ ଚାଷ କରିଛନ୍ତି ଅଞ୍ଚଳ ର ୧୫ ହଜାର ରୁ ଉର୍ଦ୍ଧ ଚାଷି।ତେବେ ଧାନ ବିକ୍ରି ପାଇଁ ପି- ପାସ ପୋର୍ଟାଲ ରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ପାଇଁ କୌଣସି ତଥ୍ୟ ଉପଲବ୍ଧ ନହେବାରୁ ୩ ବ୍ଲକ ର ହଜାର ହଜାର ଚାଷୀ ପଞ୍ଜିକରଣ ରୁ ବଞ୍ଚିତ ରହିଥିଲେ। ଏନେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷି ସଙ୍ଗଠନ ମେଗାଲିଫ୍ଟ କୃଷକ ସଙ୍ଘ ଓ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ପଞ୍ଜିକରଣ ଓ ଧାନବିକ୍ରି ଦାବି ଉପସ୍ଥାପନ ପାଇଁ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ପ୍ରତିନିଧି କଳାହାଣ୍ଡି ସାଂସଦ ମାଲବିକା ଦେବି,ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼,ପୂର୍ବତନ ବିରୋଧୀ ଦଳ ନେତା ବସନ୍ତ ପଣ୍ଡା,ପ୍ରଦୀପ୍ତ କୁମାର ନାଏକ ଓ ଜିଲ୍ଲା ପ୍ରଶାସନ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଙ୍କ ସହ ଆଲୋଚନା କରି ମେଗାଲିଫ୍ଟ ଅଞ୍ଚଳ ର ବାଦ ପଡିଥିବା ଚାଷି ଙ୍କ ଧାନ ବିକ୍ରି ନେଇ ଶୀଘ୍ର ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ।ଚାଷି ଙ୍କ ବୃହତ ସମସ୍ୟା କୁ ନେଇ କଳାହାଣ୍ଡି ସାଂସଦ,ଧର୍ମଗଡ ବିଧାୟକ, ଜିଲ୍ଲା ସଭାପତି ଓ ନେତୃବୃନ୍ଦ ରାଜ୍ୟ ସରକାରଙ୍କ ନିକଟରେ ତୁହାକୁତୁହା ଆଲୋଚନା ସହ ଅନୁଗ୍ରହ କରିଥିଲେ। ରାଜ୍ୟ ସରକାର ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷି ଙ୍କ ସବିଶେଷ ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିଥିଲେ।ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ କୁ ଭିତ୍ତି କରି ରାଜ୍ୟ ସରକାର ରବିଧାନ ବିକ୍ରି ପାଇଁ ଚାଷି ଙ୍କ ଟୋକନ ପ୍ରଥମ ପର୍ଯ୍ୟାୟରେ ଆସିଥିବା ନେଇ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଶୀ ସ୍ଥାନୀୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଧର୍ମଗଡ ବିଧାୟକ ଙ୍କ ସୂଚନା ମତେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ୫,୯୬୮ ଜଣ ଚାଷି ଙ୍କୁ ୮,୮୫୨ ଟୋକନ ଆସିଥିବା ଓ ଦ୍ଵିତୀୟ ପର୍ଯ୍ୟାୟରେ ପରବର୍ତ୍ତୀ ଚାଷି ଙ୍କ ଟୋକନ ଆସିବା ସମ୍ପର୍କରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଫୋନ ଯୋଗେ ସୂଚନା ଦେଇଛନ୍ତି।

