Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶସେବା ନିବୃତ୍ତ ଯବାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ।

କଳାହାଣ୍ଡି,୦୩/୦୬
​ଦୀର୍ଘ ୨୬ ବର୍ଷ ଧରି ଭାରତୀୟ ସେନାରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିବା ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଖାସବାହାଲ ଗ୍ରାମର କୁଳପୁତ୍ର, ସିଆରପିଏଫ୍ ଇନ୍ସପେକ୍ଟର ସଞ୍ଜିବ କୁମାର ଭୋଇ। ଦେଶମାତୃକାର ସେବା ଶେଷ କରି ସେ ଅବସର ଗ୍ରହଣ କରିବା ପରେ ଗ୍ରାମକୁ ଫେରିବା ସମୟରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା।ସଞ୍ଜିବ କୁମାର ଭୋଇ ଟୁଣ୍ଡଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟ ଚନ୍ଦ୍ର ଭୋଇଙ୍କ ସୁପୁତ୍ର। ସେ ୨୦୦୦ ମସିହାରେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। ଦୀର୍ଘ ୨୬ ବର୍ଷର ନିଷ୍ଠାପର କାର୍ଯ୍ୟକାଳ ପରେ ସେ ଇନ୍ସପେକ୍ଟର ପଦବୀରୁ ଅବସର ନେଇଛନ୍ତି।
​ସଞ୍ଜିବ ଅବସର ନେଇ ନିଜ ଗ୍ରାମ ଖାସବାହାଲରେ ପହଞ୍ଚିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା। ଗ୍ରାମବାସୀ ଏବଂ ପରିବାରବର୍ଗ ବାଜାଗାଯା ବଜାଇ ଭାରତ ମାତା କି ଜୟ, ଜୟ ଯବାନ ଜୟ କିଷାନ ନାରା ର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ଉତ୍ସବର ମାହୋଲ ସୃଷ୍ଟି କରିଥିଲେ। ଦେଶସେବାରୁ ଫେରିଥିବା ନିଜ ଗାଁ ନିଜ ମାଟି ର ପୁଅ କୁ ପୁଣିଥରେ ନିଜ ଗହଣରେ ପାଇ ଖୁସି ବ୍ୟକ୍ତ କରିବା ସହ ଖାସବାହାଲ ଗ୍ରାମବାସୀ ନିଜ ଭିଟାମାଟି କୁ ଗର୍ବିତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ