ଜେଇଇ- ଆଡଭାନ୍ସ ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁଙ୍କ ସଫଳତା।
କଳାହାଣ୍ଡି,୦୩/୦୬
ଜେଇଇ ଆଜ୍ଭାନ୍ସରେ ଧର୍ମଗଡ଼ ର କୌଶିକ ପଶ୍ଚିମ ଓଡ଼ିଶାର ଟପ୍ପର ହେବା ସହ ରାଜ୍ୟରେ ପ୍ରଥମ ୩ ସ୍ଥାନରେ ରହିଛନ୍ତି।ବଲାଙ୍ଗିର ଯୁବୋଦୟ ଶିକ୍ଷାନୁଷ୍ଠାନର ଅଧ୍ୟୟନ କରୁଥିବା ମେଧାବୀ ଛାତ୍ର କୌଶିକ ଜେଇଇ ଆଡଭାନ୍ସରେ ୪୩୮ତମ ସର୍ବଭାରତୀୟ ରେଙ୍କ୍ ହାସଲ କରିଛନ୍ତି।ଜେଇଇ ମେନ୍ରେ ୯୯.୯୩ ଓ ଜେଇଇ ଆଡଭାନ୍ସ ରେ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ଅଙ୍କ ହାସଲକରି ସମସ୍ତଙ୍କ ଦୃଷ୍ଟି ଆକଷର୍ଣ କରିଛନ୍ତି।ସୂଚନାଯୋଗ୍ୟ ଯେ,ଚଳିତ ବର୍ଷ ର ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁ ସର୍ବାଧିକ ୯୯.୮୩ ପ୍ରତିଶତ ମାର୍କ ରଖି ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ।କୌଶିକ ସଂପ୍ରତି ବଲାଙ୍ଗୀର ର ଯୁବଦୋୟ କଲେଜ ରେ ଯୁକ୍ତ ଦୁଇ ରେ ଅଧ୍ୟୟନ କରୁଛନ୍ତି।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ରିନା ସାହୁ ଓ କିରଣ କୁମାର ସାହୁ ଙ୍କ ଏକମାତ୍ର ପୁଅ କୌଶିକ ଧର୍ମଗଡ଼ ଏଲନିଶି ମିଶନ ସ୍କୁଲ୍ ରୁ ମାଟ୍ରିକ ପରୀକ୍ଷାରେ ୯୬.୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସମ୍ବାଦ ଡିଜିଟାଲ୍ ପକ୍ଷରୁ ସମ୍ବଲପୁର ଠାରେ ଆୟୋଜିତ ‘ଅଗ୍ରୟୋଦ୍ଧି’ କାର୍ଯ୍ୟକ୍ରମରେ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଆଇଏଏସ, କୃତୀ ଛାତ୍ର କୌଶିକ ଙ୍କ ସଫଳତାକୁ ନେଇ ପ୍ରଶଂସା କରିଥଲେ।ତାଙ୍କର ଏହି ସଫଳତାରେ ବଲାଙ୍ଗିର ଯୁବୋଦୟ
ନିର୍ଦ୍ଦେଶକ ଅମ୍ବରୀଶ ଦାଶ,ଧର୍ମଗଡ଼ ଏଲନିଶି ମିଶନ ସ୍କୁଲର ନିର୍ଦ୍ଦେଶକ କେ.ଜୟ କୁଟ୍ଟୀ, ପ୍ରିନ୍ସିପାଲ ସୁହିତ ରଞ୍ଜନ ପଣ୍ଡା ଓ ସ୍କୁଲ୍ ମ୍ୟାନେଜର ପର୍ରସିସ୍ ସାରାବନି ଶୁଭେଛା ଜଣାଇ ତାଙ୍କ ସ୍କୁଲ୍ ର ଛାତ୍ର କୌଶିକ ଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ପ୍ରତିଭାଶାଳୀ ଛାତ୍ର କୌଶିକ ଙ୍କର ଏଭଳି ସଫଳତାକୁ ନେଇ ଧର୍ମଗଡ଼ ସହରରେ ଖୁସି ପ୍ରକାଶ ପାଇଛି। ଆଗକୁ କୌଶିକ ଆଇଆଇଟି ବମ୍ବେରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ।

