Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ଲାକ ସ୍ପଟ ପାଲଟିଛି ଡୋକାରୀ ଦର ଜଳପ୍ରପାତ,ପର୍ଯ୍ୟଟକ ସୁରକ୍ଷା ନେଇ ପ୍ରଶ୍ନ

କୋକସରା: ବ୍ଲାକ ସ୍ପଟ ପାଲଟିଛି ଡୋକାରୀ ଜଳପ୍ରପାତ,କେବେ ଚେଇଁବ ପ୍ରଶାସନ, ପର୍ଯ୍ୟଟକ ଙ୍କ ସୁରକ୍ଷା ନେଇ ପ୍ରଶ୍ନ। କଳାହାଣ୍ଡି ଜିଲ୍ଲାର ପ୍ରମୂଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରହିଛି ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ହେଲେ ସୁରକ୍ଷା ଅଭାବ ରୁ ପ୍ରତିବର୍ଷ ଏଠାରେ ରହିଥିବା ଜଳପ୍ରପାତ ରେ ଦୁର୍ଘଟଣା ରେ ଲୋକଙ୍କ ଜୀବନ ଯାଉଛି । ୨୦୦୭ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ଥାନ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିଥିବା ବେଳେ ଭିତ୍ତିଭୂମି ର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଓ ପରବର୍ତ୍ତୀ ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୫୦ ଲକ୍ଷ ର ଆର୍ଥିକ ଅନୁଦାନ ମିଳିଛି। ଏହି ଅନୁଦାନ ରେ ପର୍ଯ୍ୟଟନ ସ୍ଥଳୀ ର ଆନୁସଙ୍ଗିକ ବିକାଶ ପ୍ରକ୍ରିୟା ଜାରି ରହିଛି। ତେବେ ଗତ ରବିବାର ଦିନ ଡୋ କରି ଦର ଜଳପ୍ରପାତ ରେ ଘଟିଥିବା ଅଘଟଣ ଏହି ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ କିମ୍ବା ଏଠାରେ ଥିବା ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟି ମଧ୍ୟ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ କୌଣସି ସତର୍କତା ଅବଲମ୍ବନ କରୁନାହାନ୍ତି। ବିଗତ ୨୦୧୮ ରେ ମଧ୍ୟ ଜଣେ ଯୁବକ ସେଲ୍ଫି ନେଉଥିବା ବେଳେ ଏହି ଡୋକରି ଦର ଜଳପ୍ରପାତ ରେ ପଡି ମୃତ୍ୟୁ ବରଣ କରିଥିବା ବେଳେ ତାହାର ପୁନାରବୃତ୍ତି ରବିବାର ପୁଣି ଘଟିଛି। ପ୍ରଶାସନ ପକ୍ଷରୁ କିମ୍ବା ସୁରକ୍ଷା ଦାୟିତ୍ୱ ରେ ଥିବା ଉନ୍ନୟନ କମିଟି ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳୀ ରେ ରହିଥିବା ବିପଦପୂର୍ଣ୍ଣ ଜଳପ୍ରପାତ ରେ କୌଣସି ସତର୍କ ସୂଚନା ଦିଆ ଯାଇନାହିଁ,ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ସତର୍କତା ଅଭାବରୁ ଦୁର୍ଘଟଣା ର ଶିକାର ହେଉଥିବା ଅଭିଯୋଗ ହେଉଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ରେ ଧର୍ମଗଡ ବନ ବିଭାଗ ପକ୍ଷରୁ ଡୋକରୀ ଦର।ଜଳପ୍ରପାତ କୁ ଯିବାପାଇଁ ରାସ୍ତା ନିର୍ମାଣ କରାଯାଇଛି,ହେଲେ କୌଣସି ସ୍ଥାନରେ ଜଳପ୍ରପାତ କୁ ନେଇ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦିଆ ଯାଇନାହିଁ। ଡୋକରି ଦର ଜଳପ୍ରପାତ ପ୍ରାୟ ୨୦୦ ଫୁଟ ଉଚ୍ଚତା ରୁ ପାଣି ପଡୁଥିବା ବେଳେ ପାଣି ତଳେ ଅକାତ କାତ ଗଭୀର ରହିଛି।ଏହି ସ୍ଥାନ କୁ ପର୍ଯ୍ୟଟକ ଙ୍କ ଗାଧେଇବା ପାଇଁ ବାରଣ କରିବା କଥା, ହେଲେ କୌଣସି ସତର୍କ ସୂଚନା ନ ଥିବା କାରଣରୁ।ଅନେକ ସମୟରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଅସାବଧାନତା କାରଣ ରୁ ଗାଧେଇବା କୁ ଯାଇ ଅଘଟଣ ର ଶିକାର ହେଉଛନ୍ତି। ଯାହାର ସଦ୍ୟ ଉଦାହରଣ ରବିବାର ଦେଖିବାକୁ ମିଳିଛି।।ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ପର୍ଯ୍ୟଟକ ଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପର୍ଯ୍ୟଟନ ସ୍ଥଳୀ ରେ ରହିଥିବା ବିପଦପୂର୍ଣ୍ଣ ସ୍ଥାନ ରେ ପର୍ଯ୍ୟଟକ ଙ୍କ ଅବଗତି ଓ ସୁରକ୍ଷା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବା ପାଇଁ ଦାବି ହେଉଛି।