ଆନ୍ଦୋଳନ ସଫଳ ରେ ଜିଲ୍ଲା ପ୍ରଶାସନ ର ସହଯୋଗ ପାଇଁ କୃତଜ୍ଞତା ଜଣାଇଲେ ମେଗାଲିଫ୍ଟ କୃଷକ ସଙ୍ଗଠନ।
କଳାହାଣ୍ଡି,୦୫/୦୬
ରବିଧାନ ପଞ୍ଜିକରଣ ଦାବିରେ ମେଗାଲିଫ୍ଟ ଚାଷି ଙ୍କ ଦୀର୍ଘଦିନ ର ଆନ୍ଦୋଳନ ପ୍ରତିକ୍ଷା ଶେଷ ରେ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର।ଚାଷି ଙ୍କ ଦାବି ପୁରଣ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଚାଷି।
ମେଗାଲିଫ୍ଟ ଅଞ୍ଚଳ ଜୟପାଟଣା, କୋକସରା, ଧର୍ମଗଡ ବ୍ଲକ ର ୧୫ ହଜାର ଚାଷି ଚଳିତ ବର୍ଷ ମେଗାଲିଫ୍ଟ ପ୍ରକଳ୍ପ ରୁ ଜଳସେଚନ ସୁବିଧା ପାଇ ରବିଧାନ ଚାଷ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପି ପାସ ପୋର୍ଟାଲ ରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ପାଇଁ କୌଣସି ତଥ୍ୟ ନ ଆସିବାରୁ ୩ ବ୍ଲକ ର ଚାଷି ପଞ୍ଜିକରଣ ରୁ ୧୮,୮୮୫ ହେକ୍ଟର ଚାଷଜମି ରେ ରବିଧାନ କରିଥିବା ଚାଷି ବାଦ ପଡ଼ିଥିଲେ। ଚାଷି ଙ୍କ ଏହି ସମସ୍ୟା କୁ ନେଇ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ଏକ ପ୍ରତିନିଧି ଦଳ ଶାଷକ ଦଳ ର ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ କଳାହାଣ୍ଡି ସାଂସଦ ମାଲବିକା ଦେବି ଙ୍କ ସମେତ ବିରୋଧୀ ଦଳ ର ବିଧାୟକ ଙ୍କ ସହ ଚାଷି ଙ୍କ ସମସ୍ୟା କୁ ନେଇ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ,ସଚିବ ଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ପଞ୍ଜିକରଣ ଓ ଟୋକନ ନେଇ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଥିଲେ।
ରାଜ୍ୟ ସରକାର ଚାଷି ଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ କୁ ଭିତ୍ତି କରି ରାଜ୍ୟ ସରକାର ରବିଧାନ ବିକ୍ରି ପାଇଁ ଚାଷି ଙ୍କ ଟୋକନ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ୫,୯୬୮ ଜଣ ଚାଷି ଙ୍କ ୮,୮୫୨ ଟୋକନ ଆସିଥିବା ଓ ଦ୍ଵିତୀୟ ପର୍ଯ୍ୟାୟରେ ପରବର୍ତ୍ତୀ ଚାଷି ଙ୍କ ଟୋକନ ଆସିବା ସମ୍ପର୍କରେ ସୂଚନା ଦେଇଥିଲେ।ଗୁରୁବାର ଦିନ ୧୨ ଘଣ୍ଟା ପାଖାପାଖି ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ଟୋକନ ଜାରି ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ ଓ ଚାଷି ଙ୍କ ମୋବାଇଲ ରେ ମେସେଜ ଆସିବା ପରେ ଚାଷି ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳି ଯାଇଥିଲା। ୨୭ ଦିନ ଧରି ଆନ୍ଦୋଳନ ରତ ଚାଷି ନିଜର ନ୍ୟାର୍ଯ୍ୟ ହକ ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।
ରାଜ୍ୟ ସରକାର,ଜିଲ୍ଲା ପ୍ରଶାସନ ର ସହଯୋଗ ପାଇଁ ଆନ୍ଦୋଳନ ସଫଳ ରୂପାୟନ ହୋଇଥିବା ବେଳେ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ପୂର୍ବରୁ ଆନ୍ଦୋଳନ ରେ ସାମିଲ ଥିବା ୩ ବ୍ଲକ ର ଚାଷି,ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଙ୍କ ସାଂସଦ,ଧର୍ମଗଡ ବିଧାୟକ,ବିରୋଧୀ ନେତୃବୃନ୍ଦ,ସହଯୋଗ କରିଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଚାଷି ଙ୍କ ଏହି ବିଜୟ ର ଶ୍ରେୟ ଦେଇଥିଲେ। ପରେ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ସଭାପତି ପୁରୁଷୋତ୍ତମ ଗୁପ୍ତା, ଆବାହକ ରାଜୀବ କୁମାର ଅଗ୍ରୱାଲ, ନିମାଇଁ ଧଙ୍ଗଡା ମାଝୀ, ଧବଳେଶ୍ବର ନାଗ, ନବୀନ ନାଏକ,ତ୍ରିଭୁବନ ନାଏକ, ରବି ନାରାୟଣ ଦାସ, ମହେନ୍ଦ୍ର ନେଗି, ସଞ୍ଜୟ ସିଙ୍ଘଲ, ବିଶ୍ୱନାଥ ପଟ୍ଟନାୟକ, ସନ୍ଧ୍ୟାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ସାକ୍ଷାତ କରି ଚାଷି ଙ୍କ ହକ ଫେରାଇ ଆଣିବାରେ ଜିଲ୍ଲା ପ୍ରଶାସନ ର ସହଯୋଗ ପାଇଁ କୃଷକ ସଙ୍ଘ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।

