Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ।

କଳାହାଣ୍ଡି,୦୫/୦୬
କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନୂତନ ପ୍ରଧାନ ଶିକ୍ଷକ ଭାବେ ହେମନ୍ତ କୁମାର ମାଝୀ ଯୋଗଦାନ କରିଛନ୍ତି। ପୂର୍ବରୁ ସେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ପଦୋନ୍ନତି ପରେ ସେ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଯୋଗ ଦେଇଛନ୍ତି। କାର୍ଯ୍ୟଭାର ନେବା ପୂର୍ବରୁ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜ ତାଣ୍ଡି ସମେତ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା,ସମାଜସେବୀ ଜିତେନ୍ଦ୍ର ପଣ୍ଡା,ଆଲୁମିନା ସମ୍ପାଦକ ପରମେଶ୍ବର ଧ. ମାଝୀ,କେ. ଭାସ୍କର ରାଓ,ପ୍ରଶାନ୍ତ ମୁନି,ନିତ୍ୟାନନ୍ଦ ମାଝୀ, ମନୋରଞ୍ଜନ ବାଣୁଆ,ଅଶୋକ ମାଝୀ, ବୃନ୍ଦାବନ ପୁଝାରି ଓ ବିଦ୍ୟାଳୟ ର ଶିକ୍ଷକ ଭାଗ୍ୟବାନ ବାଗ,ଦୟା ନାଏକ, ଲୋକନାଥ ସାହୁ, ବିଶ୍ବମ୍ବର ଧ.ମାଝୀ, ଲୋକନାଥ ରାଉତ, କର୍ମଚାରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ଦିର୍ଘ ୫ ବର୍ଷ ଧରି ବିଦ୍ୟାଳୟ ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଖାଲି ପଡିଥିବା ବେଳେ ନିଯୁକ୍ତି ପରେ ଛାତ୍ରଛାତ୍ରୀ,ପରିଚାଳନା କମିଟି ଓ ଅଭିଭାବକ ଖୁସିବ୍ୟକ୍ତ କରିଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷାଦାନ ଉତ୍ତମ ବାତାବରଣ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସହଯୋଗ ପାଇଁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories