ରବିଧାନ ଟୋକନ ପ୍ରଦାନ ପରେ ଜିଲ୍ଲା ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଲେ ମେଗାଲିଫ୍ଟ କୃଷକ ସଙ୍ଗଠନ।
କଳାହାଣ୍ଡି,୦୫/୦୬
ରବିଧାନ ବିକ୍ରି ପାଇଁ ପଞ୍ଜିକରଣ ରୁ ବଞ୍ଚିତ ଥିବା ମେଗାଲିଫ୍ଟ ଚାଷି ଙ୍କ ଦୀର୍ଘ ୨୭ ଦିନ ର ଆନ୍ଦୋଳନ ପରେ ଚାଷି ଙ୍କୁ ରବିଧାନ ଟୋକନ ପ୍ରଦାନ କରି ସେମାନଙ୍କ ଦାବି ପୁରଣ କରିଛନ୍ତି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ। ଦାବି ପୁରଣ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ମେଗାଲିଫ୍ଟ ଅଞ୍ଚଳ ର ଅନ୍ନଦାତା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ସହଯୋଗ ଯୋଗୁଁ ଅନ୍ନଦାତା ସେମାନଙ୍କ ହକ ପାଇଥବାରୁ ମେଗାଲିଫ୍ଟ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ସଭାପତି ପୁରୁଷୋତ୍ତମ ଗୁପ୍ତା, ଚାଷୀନେତା ତଥା ଆବାହକ ରାଜୀବ କୁମାର ଅଗ୍ରୱାଲ, ନିମାଇଁ ଧଙ୍ଗଡା ମାଝୀ, ଧବଳେଶ୍ବର ନାଗ,ନବୀନ ନାଏକ,ତ୍ରିଭୁବନ ନାଏକ,ରବି ନାରାୟଣ ଦାସ,ମହେନ୍ଦ୍ର ନେଗି, ସଞ୍ଜୟ ସିଙ୍ଘଲ, ବିଶ୍ୱନାଥ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ସରକାରୀ ବାସଭବନରେ ସାକ୍ଷାତ କରି ଚାଷି ଙ୍କ ହକ ଫେରାଇ ଆଣିବାରେ ଜିଲ୍ଲା ପ୍ରଶାସନ ର ସହଯୋଗ ପାଇଁ ମେଗାଲିଫ୍ଟ କୃଷକ ସଙ୍ଗଠନ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।

