ମେଗାଲିଫ୍ଟ ଚାଷି ଙ୍କ ଦାବି ପୁରଣ ନେଇ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ସିଟିଜେନ ଫୋରମ କର୍ମକର୍ତ୍ତା।
କଳାହାଣ୍ଡି,୦୬/୦୬
ରବିଧାନ ବିକ୍ରି ପାଇଁ ପଞ୍ଜିକରଣ ରୁ ବଞ୍ଚିତ ଥିବା ମେଗାଲିଫ୍ଟ ଚାଷି ଙ୍କ ଦୀର୍ଘ ୧ ମାସ ର ଆନ୍ଦୋଳନ ପରେ ଚାଷି ଙ୍କୁ ରବିଧାନ ଟୋକନ ପ୍ରଦାନ କରି ସେମାନଙ୍କ ଦାବି ପୁରଣ କରିଛନ୍ତି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ।ଦାବି ପୁରଣ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ମେଗାଲିଫ୍ଟ ଅଞ୍ଚଳ ର ଚାଷି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ସହଯୋଗ ଯୋଗୁଁ ଅନ୍ନଦାତା ସେମାନଙ୍କ ହକ ପାଇଥବାରୁ କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ସାକ୍ଷାତ କରି କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ଏହାସହ କୋକସରା ବ୍ଲକ ର ବିଭିନ୍ନ ସମସ୍ୟା ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଫୋରମ ର କର୍ମକର୍ତ୍ତା।
କୋକସରା ବ୍ଲକ ସିଟିଜେନ ଫୋରମ ସଭାପତି ବ୍ୟୋମକେଶ ପଣ୍ଡା, ସମ୍ପାଦକ ମିନିକେତନ ପ୍ରଧାନୀ,ଜୟଲାଲ ନାଏକ,ଶ୍ରୀନିବାସ ପ୍ରଧାନୀ,ନାରାୟଣ ପଟ୍ଟନାୟକ,ଧନେଶ୍ୱର ପଣ୍ଡା,ବାହାଦୂର ମାଝୀ ପ୍ରମୁଖ ବିଧାୟକ ଙ୍କୁ ଭେଟି ବିଧାୟକ ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ସହ ଚାଷି ଙ୍କ ଧାନ ବିକ୍ରି ସମସ୍ୟା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ସମାଧାନ କରି ଥିବାରୁ ପାଇଁ ରାଜ୍ୟ ସରକାର,କଳାହାଣ୍ଡି ସାଂସଦ ଜିଲ୍ଲା ନେତୃବୃନ୍ଦ ଓ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

