Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ଓଡିଶା ଗ୍ରାମୀଣ ବ୍ଯାଙ୍କ ରେ ନୂତନ ଶାଖା ପରିଚାଳକ ଙ୍କ ଯୋଗଦାନ।

କଳାହାଣ୍ଡି,୦୬/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅର୍ନ୍ତଗତ କାଉଡୋଳା ଓଡିଶା ଗ୍ରାମୀଣ ବ୍ଯାଙ୍କ ରେ ଶନିବାର ଦିନ ନୂତନ ଶାଖା ପରିଚାଳକ ଭାବେ ଚରଣ ସିଂ ବାଗ ଯୋଗଦାନ କରି ପୂର୍ବତନ ଶାଖା ପରିଚାଳକ ଶିବାନନ୍ଦ ମିଶ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। କାଉଡୋଳା ଶାଖା ରେ ଚାରିବର୍ଷ ଧରି ଶିବାନନ୍ଦ ମିଶ୍ର କାର୍ଯ୍ୟ ଭାର ତୁଲାଇ ଆସୁଥିଲେ | ତାଙ୍କୁ ଉମରକୋଟ ଓଡିଶା ଗ୍ରାମୀଣ ବ୍ଯାଙ୍କ ବ୍ରାଞ୍ଚ କୁ ବଦଳି ହୋଇଥିବା ବେଳେ ଶ୍ରୀ ବାଗ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ୟାଙ୍କ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଗ୍ରାହକ ଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ