କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ମନୋନୀତ।
କଳାହାଣ୍ଡି,୦୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗଣ୍ଡ ସମାଜ ନୂତନ କର୍ମକର୍ତ୍ତା ମନୋନୀତ ନ ଓ ସମୀକ୍ଷା ବୈଠକ ଆଜି ଖପ୍ରାମାଲ ଗ୍ରାମ ଆମପଡ଼ା ମହାଭାରତ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସର୍ବ ପ୍ରଥମେ ସମାଜ ର ଇଷ୍ଟଦେବ ଚତୁର୍ଭୁଜ ବୁଢା ଦେଓ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ସମାଜସେବୀ ବାହାଦୁର ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହେଶ୍ୱର ମାଝୀ, ମୁଖ୍ୟବକ୍ତା, ଦିଗାମ୍ବର ଦଳପତି ସମ୍ମାନିତ ଅତିଥି ଭାବେ ପଞ୍ଚାନନ ମାଝୀ, ଚୈତନ୍ୟ ଧରୁଆ, ଭୁବନେଶ୍ଵର ମାଝୀ, ପୂର୍ବତନ ସରପଞ୍ଚ, ଜୟସିଂ ମାଝୀ, ରାମ ପ୍ରସାଦ ଧରୁଆ, ଚତୁର୍ଭୁଜ ମାଝୀ ଧନନ୍ତରି ଧରୁଆ, ହୁକମି ସୋରି, ଖିରସିନ୍ଧୁ ମାଝୀ, ପ୍ରମୁଖ ଉପସ୍ଥିତ ହୋଇ ଗଣ୍ଡ ସମାଜ ର ଶିକ୍ଷା, ସଂସ୍କୃତି, ରାଜନୀତି, ଓ ଅର୍ଥନୀତି, ସମାଜ ର ବିକାଶ ସମାଜ କୁ ଅଧିକ ସଂଗଠିତ କରିବା ଏବଂ ସମାଜ କୁ ଏକ ଜୁଟ କରିବା ପାଇଁ ବକ୍ତା ମାନେ କହିଥିଲେ। କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା, ସଭାପତି ଭାବେ ନନ୍ଦକିଶୋର ଧରୁଆ, ଉପସଭାପତି, ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ, ନେତ୍ରାନନ୍ଦ ଧରୁଆ, ସହ ସମ୍ପାଦକ, ତ୍ରିନାଥ ପୋଟା, କୋଷାଧ୍ୟକ୍ଷ, ଜୟସିଂ ମାଝୀ, ମନୋନୀତ ହୋଇଥିବା ବେଳେ ମିଡିଆ ସଂଯୋଜକ, ଅମୋଜ ଧରୁଆ ମନୋନୀତ ହୋଇଛନ୍ତି। ସମୀକ୍ଷା ବୈଠକରେ, ବିଦେଶୀ ଧରୁଆ, ପ୍ରସନ୍ନ ନାଏକ, ନୃପରାଜ ନାଏକ, ଗୋଷୀଙ୍ଗ ଧରୁଆ ବୈଦ୍ୟ ମାଝୀ, କାମେଶ୍ୱର ପୋଟା, ବାମଦେବ ଧରୁଆ, ଗୋଶିଙ୍ଗ ଧରୁଆ ପ୍ରମୁଖ ସହଯୋଗ କରିଥିବା ବେଳେ,ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ।

