ବିଜେପି କୋକସରା ମଣ୍ଡଳ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ।
କଳାହାଣ୍ଡି,୦୭/୦୬
କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ରବିବାର କୋକସରା ମଣ୍ଡଳ ସ୍ତରୀୟ ସାଙ୍ଗଠାନିକ ବୈଠକ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସମ୍ପାଦକ ତଥା ମଣ୍ଡଳ ପ୍ରଭାରୀ ହିମାଂଶୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆଦିବାସୀ ଜନଜାତି ସଭାପତି ତ୍ରିନାଥ ଶବର ଉପସ୍ଥିତ ରହି ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଙ୍କ ସହ ଦଳୀୟ ଆଗାମୀ କାର୍ଯ୍ୟକ୍ରମ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ସାଙ୍ଗଠାନିକ ବୈଠକରେ ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ,ସହ ସମ୍ପାଦକ ଶାରଳା ପ୍ରଧାନୀ,ଯୁବ ମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି, ନବୀନ ପ୍ରଧାନୀ,ଧର୍ମାନନ୍ଦ ନେଗି, ଦୈତାରି ବାରିକ, ରଞ୍ଜିତ ପୋଢ଼, ସୋମନାଥ ବାଗ,ଭାବଗ୍ରାହୀ ପ୍ରଧାନୀ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

