ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଜଳବିଭାଜିକା ବିଭାଗ ଭବାନିପାଟଣା ଭିବିଜି-ରାମଜି ଆସିଷ୍ଟାଣ୍ଟ ।
କଳାହାଣ୍ଡି,୦୮/୦୬
କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରାମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନାଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ରଙ୍ଗେହାତ ଧରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ (ପୋଖରୀ) କାମ ଶେଷ ହେବା ପରେ ବିଲ୍ ପାସ୍ କରାଇଦେବା ନାଁରେ ସେ ଜଣେ ହିତାଧିକାରୀଙ୍କ ଠାରୁ ପିସି ଦାବି କରିଥିଲେ। ବିଲ୍ ପାସ୍ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ ।ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

