Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ-୨୬ରେ ମର୍ମନ୍ତୁଦ ଦୁର୍ଘଟଣା,ଟ୍ରକ ଧକ୍କାରେ ଦୁଇ ଟ୍ରକ ଚାଳକଙ୍କ ମୃତ୍ୟୁ।

କଳାହାଣ୍ଡି,୧୧/୦୬
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଖଜୁରୀପଡା ଗାଁ ନିକଟସ୍ଥ ଜାତୀୟ ରାଜପଥ-୨୬ ଉପରେ ଘଟିଛି ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ ଧକ୍କା ରେ ୨ ଜଣ ଟ୍ରକ ଚାଳକ ଙ୍କ ଘଟଣାସ୍ଥଳ ରେ ଶୋଚନୀୟ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଦୁଇଟି ଟ୍ରକ ମଣ୍ଡିରୁ ଧାନ ଆଣି ଉତ୍କେଲା ସ୍ଥିତ ଓରିଆଣ୍ଟ ରାଇସ୍ ମିଲ୍‌କୁ ଧାନ ଖାଲି କରିବା ପାଇଁ ଆସିଥିଲା। ମିଲ୍‌ ନିକଟରେ ରାସ୍ତା କଡ଼ରେ ଟ୍ରକ ରଖି ଦୁଇ ଚାଳକ ଗାଡ଼ି ପାଖରେ ଠିଆ ହୋଇଥିବା ବେଳେ ଭୋର ସମୟରେ ଦ୍ରୁତ ଗତିରେ ଭବାନୀପାଟଣା ପଟୁ କେସିଙ୍ଗା ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇ ଚାଳକଙ୍କର ଘଟଣାସ୍ଥଳ ରେ ହିଁ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ପରେ ଟ୍ରକ ଫେରାର ସମୟ ରେ ସୂଚନା ପାଇ କେସିଙ୍ଗା ପୋଲିସ ଟ୍ରକ କୁ ଧରିବାରେ ସକ୍ଷମ ହୋଇଛି ଓ ଡ୍ରାଇଭର କୁ ଅଟକ ରଖିଛି। ମୃତକ ଦୁଇ ଡ୍ରାଇଭର ହେଲେ ବଲାଙ୍ଗୀର ଜିଲ୍ଲା ବେହେରାପାଲି ର ମୁନ୍ନା ଦଳେଇ ଏବଂ କଳାହାଣ୍ଡି କଲମପୁର ବ୍ଲକ ଚୁରାଗାଁ ହିମାଂଶୁ ରାଉତ ବୋଲି ଜଣାପଡିଛି। କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ