ବାର୍ଦ୍ଧକ୍ୟ ଭତ୍ତା,ସିଆର୍ପି–ସିଏମ୍ ଓ ଏମ୍ବିକେ ଙ୍କ ମିଳୁନି ଦରମା, ବିଜେଡି କର୍ମୀ ବିଡ଼ିଓ ଙ୍କ ଦ୍ୱାରସ୍ଥ।
କଳାହାଣ୍ଡିର,୧୧/୦୬
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଳ ଙ୍କ ନେତୃତ୍ୱରେ ବ୍ଲକ ର ବିଭିନ୍ନ ସମସ୍ୟା ନେଇ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନାମତେ ବ୍ଲକରେ ବିଧବା, ବିକଳାଙ୍ଗ,ବାର୍ଦ୍ଧକ୍ୟ ଭତ୍ତା ଏବଂ କାର୍ଯ୍ୟରତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସିଆରପି (ସିଏମ) ଓ ଏମବିକେ ମାନଙ୍କ ଦୀର୍ଘ ୧୫ ମାସ ଧରି ଦରମା ନ ପାଇବା । ବକେୟା ଦରମା ଶୀଘ୍ର ପ୍ରଦାନ କରିବା ବା ପାଇଁ ଏବେ ଦାବି ଜୋର ଧରିଛି । ଗ୍ରାମାଞ୍ଚଳର ଗରିବ ମହିଳାମାନଙ୍କୁ ସ୍ଵାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପୂର୍ବ ସରକାରଙ୍କ ସମୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀଗୁଡ଼ିକର ତଦାରଖ, ଦୈନିକ ଜୀବିକାର ବିକାଶ, ସରକାରୀ ଋଣ ଯୋଗାଣ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ମହିଳାମାନଙ୍କୁ ସାମିଲ କରିବା ପାଇଁପ୍ରତି ପଞ୍ଚାୟତରେ । ଜଣେ ଜଣେ ଏମବିକେ ଓ ପ୍ରତି ସିଏଲଏଫରେ ଜଣେ ସିଆରପି ସିଏମଙ୍କୁ ନିଯୁକ୍ତି ଦିଆଯାଇଥିଲା । ପୂର୍ବରୁ ସେମାନଙ୍କୁ। ଙ୍କୁ ମାସିକ ସ୍ଥିର ଦରମା ୬, ୨୦୦ ଟଙ୍କା ମିଳୁଥ୍ ମିଳୁଥିବା ବେଳେ, ବର୍ତ୍ତମାନର ସରକାର ସ୍ଥିର ଦରମା ଉଠାଇ ତାହାକୁ ଇନସେଣ୍ଟିଭ ଆକାରରେ ଦେବାକୁ ନିଷ୍ପତି ନେଇଛନ୍ତି ।
ବିଗତ ୧୫ ମାସ ବିତିଯାଇଥିଲେ ମଧ୍ୟ ଧର୍ମଗଡ଼ ବ୍ଲକର ସିଆରପି-ସିଏମ ଓ ଏମବିକେ ମାନେ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି । ଅପରପକ୍ଷରେ, ଧର୍ମଗଡ଼ର ପଡ଼ୋଶୀ ବ୍ଲକ ଯେପରି କି କୋକସରା, ଗୋଲାମୁଣ୍ଡା, କଳମପୁର ଓ ଜୟପାଟଣାର କର୍ମଚାରୀମାନେ ଗତ ୬ ମାସ ତଳେ ନିଜର ଦରମା ପାଇସାରିଛନ୍ତି । ଏଭଳି ସ୍ଥିତିରେ କେବଳ ଧର୍ମଗଡ଼ ବ୍ଲକରେ କାହିଁକି ଦରମା ଦିଆଯାଇ ନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମସ୍ୟାକୁ ନେଇ ଧର୍ମଗଡ଼ ବିଜେଡି ତରଫରୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ୭ ଦିନ ଭିତରେ ଦରମା ଓ ଭତ୍ତା ପ୍ରଦାନ ନ କଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ବିଜେଡି କର୍ମୀମାନେ ଚେତାବନୀ ଦେଇଛନ୍ତି। ଦାବି ପତ୍ର ପ୍ରଦାନ ସମୟରେ ବିଜେଡି ପୂର୍ବତନ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ, ବ୍ଲକ ସଭାନେତ୍ରୀ ମମତାରାଣୀ ଗୋପାଳ, ଯୋନ-୧ ଜିଲ୍ଲା ପରିଷଦ ଗୋପୀନାଥ ମହାନନ୍ଦ, ସନ୍ତୋଷ ପାଢ଼ୀ,କ୍ଷେତ୍ରମୋହନ ସତନାମୀ, ଯୁବ ନେତା ସୁନୀଲ ଭଏସାଲ, ଗୁଣ ଶବର
ପ୍ରମୁଖ ସାମିଲ ହୋଇଥିଲେ ।

