Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ସଙ୍ଘ ପକ୍ଷରୁ ଆମପାଣି ଠାରେ କିସ ଶିକ୍ଷାନୁଷ୍ଠାନ ରୋମାନିଆ ଫେରନ୍ତା ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି,୧୨/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ଆଦିବାସୀ ସଙ୍ଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ କିସ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଙ୍କ ଏକ ପ୍ରତିନିଧି ଦଳ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ଓଡିଶା ରୁ ରୋମାନିଆ ଯାତ୍ରା କରି ଇଂରାଜୀ ସାହିତ୍ୟର ଲେଖକ ସେକ୍ସପିଅର ଙ୍କ ନାଟକ ର କଥାବସ୍ତୁ ଉପରେ ଆଧାରିତ ରୋମିଓ ଜୁଲିୟଟ ଓ ଅନ୍ୟ କାହାଣୀ ଉପରେ ରୋମାନିଆ ଠାରେ ଆୟୋଜିତ ହୋଇଥିବା ନାଟକ ସମ୍ମିଳନୀରେ ଯୋଗ ଦେଇ ନିଖୁଣ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇ ଓଡିଶା ଫେରିଛନ୍ତି। ତାଙ୍କ ସଫଳତାର ଯାତ୍ରା କୁ ଓଡିଶା ର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରୋମାନିଆ ଯାଇ ଫେରିଥିବା ଛାତ୍ରଛାତ୍ରୀ ଙ୍କ ଏକ ପ୍ରତିନିଧି ଦଳ ଓଡିଶା ର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛନ୍ତି। ଏହି କ୍ରମ ରେ ଶୁକ୍ରବାର ନବରଙ୍ଗପୁର ଦେଇ କୋକସରା ବ୍ଲକ ଆମପାଣି ଠାରେ ପହଞ୍ଚିବା ପରେ ବୁଢ଼ାରଜା ମନ୍ଦିର ଠାରେ ତାଙ୍କୁ ଆଦିବାସୀ ସଙ୍ଘ ପକ୍ଷରୁ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ,ଆଦିବାସୀ ସଂଘ ରାଜ୍ୟ ସହ ସମ୍ପାଦକ ଋତୁରାଜ ମାଝୀ,ଆଦିବାସୀ ନେତା ପରମାନନ୍ଦ ମାଝୀ,ସ୍ଥାନୀୟ ସମାଜସେବି ମନୋରଞ୍ଜନ ବାଣୁଆ,ଅଧ୍ୟାପକ ଭୁବନେଶ୍ୱର ଦିସାରି,ସନ୍ଥ ନାଏକ,ସନ୍ତୋଷ ମାଝୀ,ପ୍ରେମ ଶବର,ପଦ୍ମଲୋଚନ ମାଝୀ,ଚୁଳେନ୍ଦ୍ର ମାଝୀ,ଡମ୍ବରୁଧର ନାଏକ,କୁମୁଦ ଚନ୍ଦ୍ର ପୁଝାରି,ସୂର୍ଯ୍ୟ ପୁଝାରି,ଖଗେଶ୍ବର ନାଏକ ସମେତ ଅନ୍ୟମାନେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ଶୁଭେଚ୍ଛା ଜଣାଇଥିଲେ। କିସ ଓ କିଟ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କ ମାର୍ଗଦର୍ଶନ ରେ ଛାତ୍ରଛାତ୍ରୀ ମାନେ ରୋମାନିଆ ଯାତ୍ରା ର ଅନୁଭୂତି ବିଷୟରେ କହିଥିଲେ।ପରେ ପ୍ରତିନିଧି ଦଳ ପ୍ରଭୁ ବୁଢ଼ାରଜା ମନ୍ଦିର ଦର୍ଶନ କରିବା ସହ ଭବାନୀପାଟଣା ଅଭିମୁଖେ ବାହାରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ