ସ୍କୁଲ ଛୁଟି ପୁଣି ବଢ଼ିପାରେ! ଗରମ ଓ ଗୁଳୁଗୁଳିକୁ ନେଇ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଜୁନ ୧୮ରୁ ସ୍କୁଲ ଖୋଲିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ମୌସୁମୀ ବର୍ଷା ଆଶାନୁରୂପ ସକ୍ରିୟ ହୋଇନଥିବାରୁ ଅନେକ ସ୍ଥାନରେ ଏବେ ମଧ୍ୟ ଖରା ଓ ଆର୍ଦ୍ରତାଜନିତ ଅସ୍ୱସ୍ଥତା ଲାଗି ରହିଛି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ କହିଛନ୍ତି ଯେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁନ ୧୮ରେ ସ୍କୁଲ ଖୋଲିବ। ତେବେ ପାଣିପାଗ ସ୍ଥିତି ଅସ୍ୱାଭାବିକ ହେଲେ କିମ୍ବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଲେ ସରକାର ପରିସ୍ଥିତିର ସମୀକ୍ଷା କରି ନୂଆ ନିଷ୍ପତ୍ତି ନେଇପାରନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ରାଜ୍ୟ ସରକାର ପୂର୍ବରୁ ଗ୍ରୀଷ୍ମ ଛୁଟି ଅବଧି ବଢ଼ାଇଥିଲେ। ବର୍ତ୍ତମାନର ପାଣିପାଗକୁ ଦେଖି ସ୍କୁଲ ଖୋଲିବା ନେଇ ଶେଷ ମୁହୂର୍ତ୍ତରେ କୌଣସି ନୂଆ ଘୋଷଣା ହେବ କି ନାହିଁ, ସେନେଇ ସମସ୍ତଙ୍କ ନଜର ସରକାରଙ୍କ ଉପରେ ରହିଛି।

