କୁସୁମଖୁଣ୍ଟି ନିଲକଣ୍ଠେଶ୍ୱର ମନ୍ଦିର ରେ ସଫେଇ କାର୍ଯ୍ୟକ୍ରମ।
କଳାହାଣ୍ଡି,୧୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ ଥିବା ଶ୍ରୀ ନିଲକଣ୍ଠେଶ୍ୱର ମନ୍ଦିର ପରିସରରେ ବୁଧବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶୈବପୀଠ କୁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ମାନେ ଶତାଧିକ ସଂଖ୍ୟା ରେ ଆସି ପୂଜାର୍ଚ୍ଚନା ସହ ଭୋଗ ଅର୍ପଣ କରୁଥିବା କାରଣ ରୁ ବର୍ଜ୍ୟବସ୍ତୁ ମନ୍ଦିର ପରିସରରେ ପଡି ଅସ୍ୱାସ୍ଥକର ପରିବେଶ ଦେଖିବାକୁ ମିଳେ। ଏହାକୁ ଦୃଷ୍ଟିରେ ରଖି କୁସୁମଖୁଣ୍ଟି ଉପର ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଏହି ମନ୍ଦିର କମିଟିର ସଭାପତି ପ୍ରଣୟ କୁମାର ପ୍ରଧାନ ଙ୍କ ତତ୍ୱାବଧାନ ରେ ମନ୍ଦିର ପରିସରରେ ପଡିଥିବା ଅଳିଆ ଆବର୍ଜନା ସଫାସୁତୁରା କରିବା ସହ ଶ୍ରୀ ପ୍ରଧାନ ମନ୍ଦିର ପରିସର କୁ ଆବର୍ଜନା ମୁକ୍ତ ସହ ସୁସ୍ଥ ପରିବେଶ ପ୍ରତି ଧ୍ୟାନ ଦେବାକୁ ମନ୍ଦିର କମିଟି ର ସଦସ୍ୟ ଙ୍କୁ ପରାମର୍ଶ ଦେଇଥିଲେ। ଏହି ସ୍ଵଛତା କାର୍ଯ୍ୟକ୍ରମ ରେ ଉପର ଇନ୍ଦ୍ରାବତୀ ବାମ କେନାଲ ର କର୍ମଚାରୀ ତ୍ରିନାଥ ମାଝୀ,ଜେଇ ପ୍ରଦ୍ୟୁମ୍ନ ଲେଙ୍କା,ମନ୍ଦିର ପରିଚାଳନା କମିଟିର ସଦସ୍ୟ ତିଳକରାମ ପୁଝାରି, ବିଶିକେଶନ ନାଏକ, ମୁରଲୀଧର ବିଶି,ଧ୍ରୁବ କୁମାର,ଅପୁ ସାହୁ,କୁନା ପୁଝାରି ଓ ଅନ୍ୟ ସଦସ୍ୟ ମାନେ ଏହି ସଫେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

