ଲଡୁଗାଁ ଠାରେ ଏକ ମାସ ବ୍ୟାପି ଗୀତା ଯଜ୍ଞ ପାରାୟଣ ଉଦଯାପିତ।
କଳାହାଣ୍ଡି,୧୮/୦୬
କୋକସରା ବ୍ଲକ ଲଡୁଗାଁ ଜଗନ୍ନାଥ ମନ୍ଦିର ରେ କଳାହାଣ୍ଡି ଗୀତା ପରିବାର ପକ୍ଷରୁ ଗତ ୧୭/୦୫ ରୁ ଆରମ୍ଭ ହୋଇଥିବା ପୁରୁଷୋତ୍ତମ ମାସ ବ୍ୟାପି ଗୀତା ପାରାୟଣ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପିତ ଦିବସ ରେ ସମୂହ ଯଜ୍ଞ ଆହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।।ମଳ ମାସ ବ୍ୟାପି ଗୀତା ଜ୍ଞାନ, ଭକ୍ତି ଓ ଦିବ୍ୟ ଚେତନା ର ମହାଯଜ୍ଞ ଶତାଧିକ ଶ୍ରଦ୍ଧାଳୁ ମଧ୍ୟରେ ଆଧ୍ୟାତ୍ମିକ ର ଅଲୌକିକ ଅନୁଭବ ପ୍ରଦାନ ସହ ଦିବ୍ୟ ଚେତନା ଜାତ ହୋଇଥିଲା। ଏହି ଗୀତା ପାରାୟଣ ର ମୁଖ୍ୟ ପୁରୋଧା ତ୍ରିନାଥ ଠାକୁର ଓ ସଂଯୋଜକ ଶ୍ରୀକାନ୍ତ ପାଢ଼ୀ ଙ୍କ ତତ୍ୱାବଧାନ ରେ ଏକ ମାସ ବ୍ୟାପି ଗୀତା ପାରାୟଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା। ଗୀତା ପରିବାର ପକ୍ଷରୁ ଶ୍ରୀମତୀ ଓଜସ୍ୱିନୀ ପାଢ଼ୀ, ପବନ ଅଗ୍ରୱାଲ, ଭାରତ ଭୂଷଣ ଠାକୁର, ଯଶୋବନ୍ତ ବେହେରା,ପ୍ରସନ୍ନ ପଣ୍ଡା, ସୁଧାଂଶୁ ବେହେରା,ତନୁଜା ମଞ୍ଜରୀ ବେହେରା, ବିଶି କେଶନ ଠାକୁର ପ୍ରମୁଖ ସହଯୋଗ କରିଥିଲେ।

