Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ବର୍ଷ ଧରି ଡ୍ୟୁଟିରେ ନାହାନ୍ତି ୧୨୮ ଡାକ୍ତର! କଠୋର କାର୍ଯ୍ୟାନୁଷ୍ଠାନ ପାଇଁ CMଙ୍କ ନିର୍ଦ୍ଦେଶ

ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ଅନୁପସ୍ଥିତ ରହିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଡାକ୍ତରମାନେ ନ ହସ୍ପିଟାଲକୁ ଆସୁଛନ୍ତି, ନ ରୋଗୀ ସେବା କରୁଛନ୍ତି। ଏପରି ସ୍ଥିତିକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁପସ୍ଥିତ ଡାକ୍ତରମାନଙ୍କ ସ୍ଥିତି ସମ୍ପର୍କରେ ଜାଣିବାକୁ ଖବରକାଗଜରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଥିଲା। ତଥାପି ସେମାନେ ନିଜ ନିଯୁକ୍ତି ସ୍ଥାନରେ ଯୋଗ ଦେଇନଥିଲେ। ଏହା ସହ କନ୍ଧମାଳ ପୁଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀ, ଯିଏ ୨୦୧୨ ମସିହାରୁ ଅନଧିକୃତ ଭାବେ ଅନୁପସ୍ଥିତ ଥିଲେ, ତାଙ୍କୁ ସରକାରୀ ସେବାରୁ ବହିଷ୍କୃତ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ନୂଆ ହସ୍ପିଟାଲ ଓ ମେଡିକାଲ କଲେଜ ଖୋଲୁଥିବାବେଳେ କିଛି ଡାକ୍ତରଙ୍କ ଏଭଳି ଦାୟିତ୍ୱହୀନ ଆଚରଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ରୋଗୀ ସେବାରେ ଅବହେଳା କରୁଥିବା ଏପରି ଡାକ୍ତରଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ