ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ଆଲୋଚନା ଚକ୍ର ଅନୁଷ୍ଠିତ।
କଳାହାଣ୍ଡି,୧୯/୦୬
କୃଷି ଓ କୃଷକ ଶଶକ୍ତି କରଣ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ କୋକସରା ବ୍ଲକ ସଭାଗୃହ ରେ ଶୁକ୍ରବାର ତୃତୀୟ ଦିବସ ରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଓ କୃଷକ ସମ୍ବାଦ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଭାବେ ପ୍ରମୋଦ କୁମାର ପ୍ରଧାନୀ,ମୁଖ୍ୟବକ୍ତା ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ନିଜ ବକ୍ତବ୍ୟ ରେ ରାଜ୍ୟ ସରକାର କୃଷି ଓ କୃଷକ ଙ୍କ ଆତ୍ମ ନିର୍ଭରଶୀଳ ପାଇଁ ପ୍ରତିଶ୍ରୁତିବଦ୍ଧ,କୃଷକ ଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିବା ପାଇଁ ଧାନ ର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ଚାଷି ଙ୍କ ଆର୍ଥିକ ସ୍ଥିତି ବଦଳିଛି। ଏହା ବ୍ୟତୀତ ପିଏମ,ସିଏମ କିଷାନ ସହାୟତା ଯୋଜନା,ଉଦ୍ୟାନ କୃଷି,ଜୈବିକ କୃଷି ପାଇଁ ଚାଷିଙ୍କୁ ପ୍ରୋତ୍ସାହନ କୃଷି ଓ କୃଷକ ପରିବାର ପ୍ରତି ସମର୍ପିତ ମନୋବଳ ବୃଦ୍ଧି ପାଇଛି ବୋଳି କହିଛନ୍ତି।।ସମ୍ମାନିତ ଅତିଥି ଭାବେ ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ମତ୍ସ ଅଧିକାରୀ ରଞ୍ଜନ ମାଝୀ,ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ପ୍ରାଣୀଧନ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପରିଡା ଯୋଗଦେଇ କୃଷି,ଉଦ୍ୟାନ କୃଷି,ମତ୍ସ୍ୟଚାଷି, ଗୋଚାଷୀ ଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଉପରେ ଉପସ୍ଥିତ ଚାଷି ଙ୍କୁ ସୂଚନା ପ୍ରଦାନ କରିଥିଲେ।ଏହି ଅବସରରେ ଚାଷ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ କୃଷି ବିଭାଗ ପକ୍ଷରୁ ନାରାୟଣ ପଟ୍ଟନାୟକ ରେଙ୍ଗାଳପାଲି,ଯୁଗଳ କିଶୋର ହଂସ ମାଝୀଗୁଡା, ମିନିକେତନ ସାହୁ ଟେମରା,ଚନ୍ଦ୍ର ମାଝୀ କାଉଡୋଳା ଓ ସରୋଜ କୁମାର ବେହେରା କାଶିବାହାଲ ଗ୍ରାମର ଚାଷିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ବ୍ଲକ କୃଷି ଅଧିକାରୀ ଶ୍ରୀ ମାଝୀ ପରିଚାଳନା କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

