Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କୋକସରା:୩୧/୦୫ : କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ ରେ କାର୍ଯ୍ୟରତ ପରିସଂଖ୍ୟନ ସହାୟକ ଶ୍ୟାମ ସୁନ୍ଦର ସାହୁ ଙ୍କୁ ବୁଧବାର କୋକସରା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡାକ୍ତର ମାନବେଶ ମହାପାତ୍ର, ଡ଼.ଅଭିଷେକ ବେହେରା, ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ସୁରଜିତ ସିଂ କୁମାର,ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଫାର୍ମାସିଷ୍ଟ ସୁଧୀର କୁମାର ଧ. ମାଝୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା ନର୍ସିଂ ,ଏଏନଏମ କର୍ମଚାରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ନିଷ୍ଠାପର ଭାବେ ଶ୍ରୀ ସାହୁ ନିଜର କାର୍ଯ୍ୟ ଭାର ସୁଚାରୁ ରୂପେ ତୁଲାଇ ଥିବା ବେଳେ ଜଣେ କର୍ମଠ କର୍ମଚାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର କର୍ମମୟ ଜୀବନ ଅବସର ରେ ସୁସ୍ଥ ଓ ନିରାମୟ ଜୀବନ ର କାମନା ସହ ସହକର୍ମୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ