କୋକସରା ସିଏଚସିରେ କାମ ରେ ଆସୁନାହିଁ ଏକ୍ସରେ ମେସିନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାମରେ ଆସୁନାହିଁ ଏକ୍ସରେ ମେସିନ, ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି । କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକ ର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା ଦଣ୍ଡପାଟ ଅଞ୍ଚଳ ର ଶହ ଶହ ରୋଗୀ ଓ ଜନସାଧାରଣ ନିର୍ଭର କରୁଥିବା ବେଳେ ଏକ୍ସରେ ମେସିନ ଥାଇ ମଧ୍ୟ ଏହାର ସୁଫଳ ପାଇ ପାରୁନାହାନ୍ତି। ଆଜିକୁ ୫/୬ ମାସ ହେବ ଏକ୍ସରେ ଅପରେଟିଂ ପାଇଁ ଜଣେ ମହିକା ଟେକ୍ନିସିଏନ ମଧ୍ୟ ନିଯୁକ୍ତି ପାଇଛନ୍ତି ହେଲେ ଏକ୍ସରେ ଅପରେଟିଂ ନ କରି ରୋଗୀ ଙ୍କ ପାଇଁ ନିରାମୟ ଯୋଜନା ରେ ଔଷଧ କାଉଣ୍ଟର ରେ ବସୁଥିବା ଦେଖିବାକୁ ମିଳୁଛି। କାହିଁକି ଏକ୍ସରେ ମେସିନ ଥାଇ ମଧ୍ୟ ରୋଗୀଙ୍କ କାମ ରେ ଆସୁନାହିଁ ତାହା କୁ ନେଇ କୋକସରା ଡାକ୍ତରଖାନା ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ପ୍ରତିକ୍ରିୟା ନେବାରୁ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ପାଇଁ କିଛି ଆବଶ୍ୟକ ଉପକରଣ ଉପଲବ୍ଧ ନାହିଁ, ଆମେ ଜିଲ୍ଲା ମୁଖ୍ୟ ସିଡ଼ିଏମଓ ଙ୍କ ନିକଟରେ ଜଣାଇଛୁ ବୋଳି କହିଛନ୍ତି।ତେବେ ଏକ୍ସରେ ମେସିନ ଓ କର୍ମଚାରୀ ନିଯୁକ୍ତି ଥାଇ ଥାଇ ମଧ୍ୟ ତାହା ରୋଗୀଙ୍କ କୌଣସି କାମ ରେ ଆସୁନାହିଁ ଶୀଘ୍ର ଜିଲ୍ଲା ପ୍ରଶାସନ ଓ ସିଡିଏମଓ ଦୃଷ୍ଟି ଦେଇ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।