Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗ୍ରାମ ପଞ୍ଚାୟତ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୨୦/୦୬
ରାଜ୍ୟ ସରକାରଙ୍କ ୨ ବର୍ଷ ର ସଫଳତା ଓ ସୁଶାସନ ର ବାର୍ତ୍ତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି କ୍ରମ ରେ ଶନିବାର କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ବିଜେପି ନେତା ଦୁର୍ଗା ପ୍ରସାଦ ପ୍ରଧାନୀ,ମନୋଜ କୁମାର ନାଏକ ଯୋଗଦେଇ ପଞ୍ଚାୟତ ସ୍ତରରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉପସ୍ଥିତ ପଞ୍ଚାୟତ ର ଜନ ସାଧାରଣ ଙ୍କୁ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ପଞ୍ଚାୟତ ର କୋକସରା, ଚିଲିଗୁଡା, ଗଡରାମାଲ, ନୂଆପଡା ଗ୍ରାମର ନୂତନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ରାସନ କାର୍ଡ ହିତାଧିକାରୀ ଙ୍କୁ ପ୍ରଦାନ କରା ଯାଇଥିଲା। କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀଏମବିକେ,ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋକସରା ପଞ୍ଚାୟତ ନାଏବ ସରପଞ୍ଚ,ବିଭିନ୍ନ ୱାର୍ଡର ସଦସ୍ୟ,ଜିଆରଏସ ରଞ୍ଜିତା ପୁଝାରି,ଯୋଗାଣ ସହାୟକ ଦୟା ଶବର, କର୍ମଚାରୀ ଘନଶ୍ୟାମ ନାଏକ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ