Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ।

କଳାହାଣ୍ଡି,୨୧/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଶିବ ମନ୍ଦିର ପ୍ରାଙ୍ଗଣ ରେ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ, ତଥା ସାଙ୍ଗଠନିକ ବୈଠକ ମହିମା, ଓ ଡୁଡୁକାଠେଙ୍ଗା ପଞ୍ଚ୍ୟାୟତ ଗଣ୍ଡ ସମାଜ ର କର୍ମକର୍ତ୍ତା ଙ୍କ ସହଯୋଗ ରେ ଆଜି ଅନୁଷ୍ଠିତ ହୋଇଅଛି। ସମାଜ ର ଇଷ୍ଟ ଦେବ ଶ୍ରୀ ଚତୁର୍ଭୁଜ ବୁଢା ଦେଓଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯାଇ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ଗ୍ରହଣ କରାଯାଇଥିଲା ।ଅବସର ପ୍ରାପ୍ତ ଶିକ୍ଷକ ରାମ ପ୍ରସାଦ ଧରୁଆ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀମନ୍ତ ଧରୁଆ, ମୁଖ୍ୟବକ୍ତା, ଅବସରପ୍ରାପ୍ତ, ଓଏଏସ, ଅଫିସର ମହେଶ୍ୱର ମାଝୀ, ଦିଗାମ୍ବର ଦଳପତି, ନାରୀନେତ୍ରୀ ,ଇନ୍ଦୁରେଖା ମାଝୀ, ପୂର୍ବତନ ସରପଞ୍ଚ , ଡାଳିମ୍ବ ନାଏକ,ଉଦ୍ଧବ ଧରୁଆ,ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆ , ପ୍ରଶ୍ନ କୁମାର ନାଏକ, ଚୈତନ୍ୟ ଧରୁଆ,ଜଗମୋହନ ନାଏକ, ଗୋସିଙ୍ଗ ଧରୁଆ,ନୃପରାଜ ନାଏକ ଯୋଗଦାନ କରି ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା, ଏହି ସଭାରେ ଗଣ୍ଡ ସମାଜ ର ଶିକ୍ଷା,ସଂସ୍କୃତି,ରାଜନୀତି ଅର୍ଥନୀତି ବିକାଶ ଓ ସମାଜ କୁ ସଂଗଠିତ କରିବା ପାଇଁ ସମସ୍ତେ ଏକଯୁଟ ହେବା ପାଇଁ ବକ୍ତା ମାନେ କହିଥିଲେ।ଉକ୍ତ ଶପଥ ଗ୍ରହଣ ସମାରୋହରେ, ବ୍ଲକ ଗଣ୍ଡ ସମାଜ ତରଫରୁ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ଓ +୨ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଶପଥ ଗ୍ରହଣ ସମାରୋହରେ ବ୍ଲକ ଗଣ୍ଡ ସମାଜ ସଭାପତି ନନ୍ଦ କିଶୋର ଧରୁଆ,ଉପସଭାପତି,ମହେନ୍ଦ୍ର କୁମାର ଧରୁଆ,ସମ୍ପାଦକ ନେତ୍ରାନନ୍ଦ ଧରୁଆ , ସହ ସମ୍ପାଦକ, ତ୍ରିନାଥପୋଟା,ମିଡ଼ିଆ ସେଲ ସଂଯୋଜକ ଅମୋଜ ଧରୁଆ, କୋଷାଧ୍ୟକ୍ଷ ଜୟସିଂ ମାଝୀ,ମେହେରୁଲାଳ ମାଝୀ,ନିରଞ୍ଜନ ମାଝୀ ତଥା ସମସ୍ତ ପଞ୍ଚ୍ୟାୟତ ର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ଶିକ୍ଷାବିଦ ଉଦ୍ଧବ ଧରୁଆ ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ