ଟୋକନ ରୁ ବଞ୍ଚିତ ଥିବା ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ବୈଠକ।
କଳାହାଣ୍ଡି,୨୨/୦୬
ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ରୁ ଜଳସେଚନ ସୁବିଧା ମିଳିବା ପରେ ଚଳିତ ବର୍ଷ ଜୟପାଟଣା, କୋକସରା, ଧର୍ମଗଡ ବ୍ଲକ ର ୧୮ ହଜାର ରୁ ଉର୍ଦ୍ଧ ହେକ୍ଟର ଚାଷଜମି ରେ ରବିଧାନ ଚାଷ ହୋଇଛି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପି ପାସ ପୋର୍ଟାଲ ରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ବଞ୍ଚିତ ହେବାରୁ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ଦିର୍ଘ ୧ ମାସ ଧରି ଆନ୍ଦୋଳନ ପରେ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ଚାଷି ଙ୍କୁ ଟୋକନ ମିଳିଥିଲା। ତେବେ ଏବେ ମଧ୍ୟ କୋକସରା ବ୍ଲକ ର ଅନେକ ଚାଷି ଟୋକନ ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ସମସ୍ୟା କୁ ନେଇ ସୋମବାର ସନ୍ଧ୍ୟାରେ ଲଡୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ମେଗାଲିଫ୍ଟ କୃଷକ ସଙ୍ଘ ର ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ବରେ ଏକ ଚାଷି ଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଟୋକନ ରୁ ବଞ୍ଚିତ ଥିବା ଚାଷି ଙ୍କ ସମସ୍ୟା ସହ ଅଧିକ ଚାଷ କରିଥିବା ସତ୍ତ୍ୱେ ଟୋକନ କମ ଆସିଥିବା ଚାଷି ଙ୍କ ସମସ୍ୟା ଓ ଏହାର ସମାଧାନ କିଭଳି ପ୍ରଶାସନ ସ୍ତରରେ ସମାଧାନ ହେବ ଓ ଚାଷି ଟୋକନ ପାଇବେ ସେନେଇ ଦିର୍ଘ ସମୟ ଧରି ଆଲୋଚନା ହୋଇଛି। ବୈଠକରେ ମେଗାଲିଫ୍ଟ କୃଷକ ସଙ୍ଘ ର ସଦସ୍ୟ ଦିଗାମ୍ବର ଦୁରିଆ,ଗୋବର୍ଦ୍ଧନ ବାଗ,ଅଚ୍ୟୁତ ସାହୁ,ପଙ୍କଜ ମୁଖ ଚୌଧୁରୀ,କିରଣ ସାହୁ,ନୀଳମାଧଵ ସାହୁ, ରବି ନାରାୟଣ ଦାସ, ସହଦେଵ ଦାସ,ବଂଶୀଧର ସାହୁ ସମେତ ୩ ବ୍ଲକ ଅଞ୍ଚଳ ର ଶତାଧିକ ଚାଷି ଉପସ୍ଥିତ ଥିଲେ।

