ବିଜେପି ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପ୍ରତିବାଦ ଓ କାର୍ଯ୍ୟକର୍ତ୍ତା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି,୨୫/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଧର୍ମଗଡ ବିଧାନସଭା ବିଜେପି ପକ୍ଷରୁ ଗୁରୁବାର ସମ୍ବିଧାନ ହତ୍ୟା ଦିବସ ଓ କାର୍ଯ୍ୟକର୍ତ୍ତା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ହିମାଂଶୁ ପଣ୍ଡା, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ, ଆମପାଣି ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ,ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ବସନ୍ତ ନାଗ, ମଧୁବନ ପାତ୍ର,ବରିଷ୍ଠ ନେତା ଗରୁଡ଼ ଧ୍ଵଜ ମାଝୀ,କୃଷକ ମୋର୍ଚ୍ଚା ନେତା ହେମନ୍ତ ମାଝୀ,ପଞ୍ଚାୟତ ପ୍ରମୁଖ ସୁବାଷ ଦାସ ଉପସ୍ଥିତ ରହି ଗଣତନ୍ତ୍ର ର ହତ୍ୟାକାରୀ ଏକଛତ୍ରବାଦୀ କଂଗ୍ରେସ ସରକାର ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ରେ ଲାଗୁ କରାଯିବାର ୫୧ ବର୍ଷ ପୂର୍ତ୍ତି କଳା ଦିବସ କୁ ପ୍ରତିବାଦ ଦିବସ ଭାବେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଇଛି। ପରେ ଦଳୀୟ କର୍ମକର୍ତ୍ତା ଙ୍କ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ବିଧାୟକ ଉପସ୍ଥିତ ଦଳୀୟ ନେତୃବୃନ୍ଦ ଙ୍କୁ ସଂଗଠନର ସୁଦୃଢ଼ୀକରଣ, ଜନସେବାମୂଳକ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ ଦଳୀୟ କାର୍ଯ୍ୟ ଯୋଜନା ଉପରେ ବିଧାୟକ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ସୁଶିଲ ପାଢ଼ୀ, ଗୋପାଳ ଅଗ୍ରୱାଲ,ଅରୁଣ ଅଗ୍ରୱାଲ,ଜୟ ଭଗବାନ ଅଗ୍ରୱାଲ,ସୁରେଶ ଶର୍ମା, ନରେନ୍ଦ୍ର ପ୍ରଧାନୀ,ଧର୍ମାନନ୍ଦ ନେଗି,ଶାରଳା ପ୍ରଧାନୀ,ଭଜମନ ନାଏକ କ୍ଷୀରସିନ୍ଧୁ ନେଗି, ବୈଦ୍ୟନାଥ ମାଝୀ,ସମେତ ମହିଳା ନେତ୍ରୀ ରୁକ୍ମଣୀ ଦାସ ଓ ଅନ୍ୟ ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

