Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଧି ଚୋରି କରି ଘଟଣା, ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ।

କଳାହାଣ୍ଡି,୨୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳ ରେ ବିଗତ କିଛିଦିନ ହେବ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି ଚୋର। ଗତ କିଛିଦିନ ତଳେ ଖୁଣ୍ଟିଆ ପଞ୍ଚାୟତ ପିପଳପଡ଼ା ଗ୍ରାମ ର ଜଣେ ଦିନ ମଜୁରିଆ ଭୁବନେଶ୍ୱର ନାଗ ଙ୍କ ଘରେ କଲାକନା ବୁଲାଇ ୩ ଭରି ସୁନାଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ କୋକସରା ପୋଲିସ ରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ର କିଛିଦିନ ପରେ ଗତ ଶୁକ୍ରବାର ଛଞ୍ଚାଣ ବାହିଲି ପଞ୍ଚାୟତ ବେହେରାଗୁଡା ଗ୍ରାମ ର ବିଧବା ମହିଳା କୌଶଲ୍ୟା ନାଏକ (୪୮) ଙ୍କ ଘରେ ବିଳମ୍ବିତ ରାତିରେ ମାଟି କାନ୍ଥ ସିନ୍ଧି କରି ଘରେ ଥିବା ପାଖାପାଖି ୭୭ ହଜାର ଟଙ୍କା ଚୋରି ହୋଇଥିବା ନେଇ ପୀଡିତ ମହିଳା କୋକସରା ଥାନା ର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଘରେ କୌଶଲ୍ୟା ଓ ତାଙ୍କ ଦୁଇ ପୁଅଝିଅ ଙ୍କ ସହ ନିଘୋଡ଼ ନିଦ ରେ ଶୋଇଥିବା ବେଳେ ଘର ମାଟି କାନ୍ଥ ସିନ୍ଧି କରି ଘରେ ପଶି ଘରେ ଥିବା ନଗଦ ୭ ହଜାର ଓ ଘରେ ଥିବା ବେଗ ଓ ମାଟିହୁଣ୍ଡି କୁ ନେଇ ବାହାରେ ଫିଙ୍ଗିବା ସହ ମାଟିହୁଣ୍ଡି ରେ ଥିବା ୭୦ ହଜାର ଟଙ୍କା ନେଇ ଛୁ ଚମ୍ପଟ ମାରିଥିବା ବେଳେ ସକାଳେ ଚୋରି ହୋଇଥିବା ଜାଣି ମହିଳା କୋକସରା ଥାନା ର ଦ୍ୱାରସ୍ଥ ହୋଇଥିଲେ।ଏନେଇ କୋକସରା ପୋଲିସ ପକ୍ଷରୁ ମାମଲା ରୁଜୁ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ସନ୍ଧାନୀ କୁକୁର ସାହାଯ୍ୟ ରେ ପୋଲିସ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଛନ୍ତି। ଚୋରି ଘଟଣା ର ତଦନ୍ତ ଜାରି ରହିଛି ବୋଳି ତଦନ୍ତକାରୀ ପୋଲିସ ଏସ.ଆଇ ରଶ୍ମିରଞ୍ଜନ ବାଗ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ