Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଲଗୁମା ରେ ହତ୍ୟା ଘଟଣା ର ପର୍ଦାଫାସ ଜ୍ବାଇଁ ସାଜିଲା ହତ୍ୟାକାରୀ, ଅଭିଯୁକ୍ତ କୋର୍ଟ ଚାଲାଣ ।

କଳାହାଣ୍ଡି,୦୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମ ର ଶୁକଦେଵ ଧରୁଆ (୫୫) କୁ ଜଘନ୍ୟ ହତ୍ୟା ଘଟଣାର ପର୍ଦାଫାସ କରିଛି କୋକସରା ଥାନା ପୋଲିସ। ଗତ ରବିବାର ବିଳମ୍ବିତ ରାତିରେ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡ ରେ ମଶାରୀ ଟାଙ୍ଗି ଶୋଇଥିବା ଅବସ୍ଥାରେ ଶୁକଦେଵ କୁ ହତ୍ୟା କରା ଯାଇଥିବା ନେଇ ସମ୍ପର୍କୀୟ ଭାଇ ଧନନ୍ତରୀ ଧରୁଆ ଓ ବିବାହିତା ଝିଅ ରୁକ୍ମଣୀ ଧରୁଆ ଅଭିଯୋଗ କରିଥିଲେ।
କୋକସରା ପୁଲିସ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରି ଏହି ମାମଲା ରେ ଜଣେ ଯୁବକ ଙ୍କୁ ସନ୍ଦେହ ରେ ଅଟକ ରଖି ପଚରାଉଚରା ଜାରି ରଖିଥିଲେ। ଏହା ମଧ୍ୟରେ ପୋଲିସ କୁ ହତ୍ୟା ନେଇ କିଛି ଠୋସ ପ୍ରମାଣ ମିଳିବା ପରେ ମଙ୍ଗଳବାର ରାତିରେ ଚଢ଼ାଉ କରି ମୃତକ ଶୁକଦେଵ ଧରୁଆ ର ନିଜ ଜ୍ବାଇଁ ଡିଙ୍ଗର ମାଝୀ (ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କାଠବେଡା ଗ୍ରାମ ବାସିନ୍ଦା) ହତ୍ୟା କରିଥିବା ନେଇ ପୁଲିସ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଜ୍ବାଇଁ ମଧ୍ୟ ହତ୍ୟା କରିଥିବା ନେଇ ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି। ବୁଧବାର ଅଭିଯୁକ୍ତ ମର୍ଡର ସିନ ରିକ୍ରିଏସନ କରି କେମିତି ହତ୍ୟା ଭିଆଇଛି ତାହା ଦେଖାଇଥିଲା।ତେବେ ପାରିବାରିକ କଳହ କୁ ନେଇ ନିଜ ଶଶୁର କୁ ହତ୍ୟା କରିଥିବା ପୋଲିସ ର ତଦନ୍ତ ରୁ ଜଣାପଡ଼ିଛି।
ଘଟଣା ଦିନ ରାତିରେ ଶଶୁର ଶୁକଦେଵ ଡାଲଗୁମା ମଣ୍ଡି ନିକଟରେ ଥିବା ନିଜ ଘର ଦାଣ୍ଡ ରେ ଶୋଇଥିବା ଅବସ୍ଥାରେ ଜ୍ବାଇଁ ଡିଙ୍ଗର ମାଝୀ ଅତି ନିର୍ମମ ଭାବେ ଶାବଳ ରେ ବେକ ଓ ମୁଣ୍ଡ ରେ ଭୁଷିବାରୁ ଘଟଣାସ୍ଥଳରେ ଶୁକଦେଵ ର ମୃତ୍ୟୁ ହୋଇଥିଲା।ଏହି ଘଟଣା ରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ଥାନା କେଶ ନମ୍ବର ୧୩୫/୨୬ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ଏସଆଇ ଡି. ମୋହନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ