କୋକସରା ବ୍ୟବସାୟୀ ଙ୍କ ଘରେ ଚୋରି ସୁନା,ରୁପା ଓ ନଗଦ ଲୁଟିଲେ ଦୁର୍ବୁତ୍ତ,ପୁଲିସ ର ତଦନ୍ତ ଜାରି।
କଳାହାଣ୍ଡି,୦୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଛି। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୨୬ କଡ଼ରେ ଥିବା ବ୍ୟବସାୟୀ ପରମାନନ୍ଦ ଗୁପ୍ତାଙ୍କ ଘରେ ପଶି ସୁନା ଗହଣା, ରୁପା ସାମଗ୍ରୀ ଏବଂ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାର ଖବର ପାଇ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଚୋରି ଓ ଚୋର ଙ୍କ ପ୍ରମାଣ ସଂଗ୍ରହ କରାଯାଉଛି। ଚୋର ମାନକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
କୋକସରା ଗ୍ରାମର ବାସିନ୍ଦା ପରମାନନ୍ଦ ଗୁପ୍ତା ପରିବାର ସହ ଏକ ବିବାହ ବାର୍ଷିକୀ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ କୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରର ପଛ ପଟ ପାଚେରୀ ଡେଇଁ ଲୁହା କବାଟ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଘରେ ଥିବା ଆଲମିରା ଓ କବଟ, ବାକ୍ସ ଭାଙ୍ଗି ସୁନା ଗହଣା, ରୁପା ସାମଗ୍ରୀ ସହ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଭୋର ୩ ଘଣ୍ଟା ସମୟରେ ପରମାନନ୍ଦ ଗୁପ୍ତା ଙ୍କ ପୁଅ ବୋହୂ ଆସିବା ପରେ ଘରେ ଚୋରି ହୋଇଥିବା ନେଇ ଜାଣିବା ସହ ବଡ଼ ବାପା ପୁରୁଷୋତ୍ତମ ଗୁପ୍ତା ସ୍ଥାନୀୟ କୋକସରା ପୁଲିସ କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳ ରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରଙ୍କ ସହାୟତା ରେ ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରାଯିବ ବୋଲି ପୁଲିସ ଆଶା ପ୍ରକାଶ କରିଛି।କୋକସରା ଥାନା ଅଞ୍ଚଳରେ ରେ ଘଟିଥିବା ଏହି ଚୋରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସ ର ପେଟ୍ରୋଲିଂ କୁ କଡାକଡି କରିବା ସହ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି।

