ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଲେ ନାବାଳିକା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ମୟୁରଭଞ୍ଜ ଜିଲ୍ଲା ରାଜବରହମପୁର ଥାନା ଅଧୀନ ଗଗପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ବ୍ୟବହାରକୁ ନେଇ ପରିବାର ଲୋକ ତାଗିଦ କରିବା ପରେ ଜଣେ ୧୫ ବର୍ଷୀୟା ନାବାଳିକା ବିଷ ପିଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି |।
ସୂଚନା ଅନୁସାରେ, ନାବାଳିକା ସବୁବେଳେ ମୋବାଇଲ ବ୍ୟବହାର କରୁଥିବାରୁ ପରିବାର ଲୋକ ତାଙ୍କୁ ବାରଣ କରି ଆସୁଥିଲେ। ଘଟଣା ଦିନ ତାଙ୍କ ମା’ ଓ ମାମୁ ମୋବାଇଲ ଛଡ଼ାଇ ନେବା ସହ ତାଗିଦ ମଧ୍ୟ କରିଥିଲେ। ଏଥିରେ ଅଭିମାନ କରି ନାବାଳିକା ଘରର କବାଟ ବନ୍ଦ କରି କୀଟନାଶକ ପିଇ ଦେଇଥିଲେ। ଏହାପରେ ପରିବାର ଲୋକ କବାଟ ଭାଙ୍ଗି ନାବାଳିକାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

