ମହାଲକ୍ଷ୍ମୀ କରିଡର ସହ ୧ କୋଟି ଲକ୍ଷ୍ମୀପୁରାଣ ବଣ୍ଟନ, ସରକାରଙ୍କ ନୂଆ ଯୋଜନା
ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ | ବଣ୍ଟନ କରିବେ ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ | ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂତନ ସଂଶୋଧିତ ଲକ୍ଷ୍ମୀପୁରାଣକୁ ଗାଇବେ ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ଗୀତା ଦାସ ।
ଲକ୍ଷ୍ମୀପୁରାଣର ପ୍ରଚାର ଓ ସଂରକ୍ଷଣ ପାଇଁ ସରକାର ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। କବି ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି ସରକାର | ଏହି କରିଡର ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ଏହାସହିତ କରିଡରରେ ବଳରାମ ଦାସଙ୍କ ସ୍ମୃତିକୁ ନେଇ ଏକ ଗ୍ୟାଲେରୀ ଏବଂ ମା’ ଲକ୍ଷ୍ମୀଙ୍କ ଉପରେ ଗବେଷଣା ପାଇଁ ଏକ ରିସର୍ଚ୍ଚ ଗ୍ୟାଲେରୀ ମଧ୍ୟ ସ୍ଥାପନ କରାଯିବ। ସେହିପରି, ଏଠାରେ ଏକାସାଙ୍ଗରେ ୫୦୦ ମହିଳା ଲକ୍ଷ୍ମୀପୁରାଣ ଗାଇବାର ଯୋଜନା କରାଯାଇଛି।

