Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନରେ ଖାମନେଇଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି, ୬ ତାରିଖ ପର୍ଯ୍ୟନ୍ତ ଶୋକ ଯାତ୍ରା ପାଳନ

ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲୀ ଖାମନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଶୁକ୍ରବାର ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଛି। ରାଜଧାନୀ ତେହରାନ ସମେତ ଦେଶର ବିଭିନ୍ନ ସହରରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବ୍ୟାପକ ଶୋକ ସଭା ଓ ଶୋକ ଯାତ୍ରାର ଆୟୋଜନ କରାଯାଇଛି। ସରକାରୀ ସୂଚନା ଅନୁସାରେ, ଏହି ଶୋକ କାର୍ଯ୍ୟକ୍ରମ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ଅନ୍ତିମ ସଂସ୍କାର ଅବସରରେ ଇରାନରେ ରାଷ୍ଟ୍ରୀୟ ସ୍ତରରେ ଶୋକ ପାଳନ କରାଯାଉଛି। ବହୁ ବରିଷ୍ଠ ସରକାରୀ ନେତା, ଧାର୍ମିକ ଗୁରୁ ଏବଂ ହଜାର ହଜାର ସାଧାରଣ ଲୋକ ଶୋକ ସମାରୋହରେ ସାମିଲ ହୋଇ ଖାମନେଇଙ୍କୁ ଶେଷ ବିଦାୟ ଜଣାଉଛନ୍ତି। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

ଦୀର୍ଘ ବର୍ଷ ଧରି ଖାମନେଇ ଇରାନର ରାଜନୈତିକ ଓ ଧାର୍ମିକ ବ୍ୟବସ୍ଥାର ନେତୃତ୍ୱ ନେଇଆସୁଥିଲେ। ତାଙ୍କ ବିୟୋଗରେ ଦେଶ ଓ ବିଦେଶରୁ ଗଭୀର ଶୋକ ପ୍ରକାଶ ପାଇଛି। ଅନ୍ତିମ ସଂସ୍କାରକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଶୋକ ଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ