Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ଗ୍ରାମ କୁ ମଦମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ ଓ ଗ୍ରାମବାସୀ।

କଳାହାଣ୍ଡି,୦୩/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଅଞ୍ଚଳ ରେ ଦିନକୁ ଦିନ ଗାଁ ରେ ଦେଶି ବିଦେଶୀ ମଦ ର ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ବେଳେ ଗ୍ରାମ ର ପ୍ରତି ଘରେ ଘରେ ମଦ ପାଇଁ ଅସନ୍ତୋଷ ର ବାତାବରଣ ଦେଖାଦେଇଛି। ଶୁକ୍ରବାର ଟେମରା ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମିଳିତ ଉଦ୍ୟମ ରେ ମଦ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଛି। ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଆଜି ଗ୍ରାମ ରେ ଶତାଧିକ ମହିଳା ଓ ଗ୍ରାମ ର ସଚେତନ ନାଗରିକ ଏହି ଆନ୍ଦୋଳନ ରେ ସାମିଲ ହୋଇ ଗ୍ରାମ ରେ ଏକ ଶୋଭାଯାତ୍ରା ବାହାର କରି ଗ୍ରାମବାସୀ ଙ୍କୁ ମଦ ର କୁପ୍ରଭାବ ନେଇ ସଚେତନ ସହ ଗ୍ରାମ କୁ।ମଦ ମୁକ୍ତ କରିବା ପାଇଁ ସମସ୍ତ ମଦ କୋଠି ବନ୍ଦ କରିବାକୁ ମଦ ବେପାରୀ ଙ୍କୁ ଚେତାବନୀ ଦେଇଛନ୍ତି ।ଏନେଇ କୋକସରା ଥାନା ଅଧିକାରୀ ଙ୍କୁ ମଧ୍ୟ ଅବଗତ କରିବା ସହ ଗ୍ରାମ ରେ ମଦ କୋଠି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବା ନେଇ ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଏହି ମଦ ବିରୋଧୀ ଆନ୍ଦୋଳନ ରେ ଗ୍ରାମ ର ସୁଧୀର ରଞ୍ଜନ ପାତ୍ର, ସୁରେଶ ପାତ୍ର, କ୍ଷିତିଶ ପାତ୍ର,ଟୋପେଶ୍ୱର ମାଝୀ, ଧନୁର୍ଯ୍ୟୟ ପାଣିଗ୍ରାହୀ,ପ୍ରେମ ମାଝୀ, ପ୍ରଶାନ୍ତ ସୁନାନୀ, କ୍ଷିତି ପଟେଲ, ଦୁଖୀ ପାତ୍ର, କ୍ରାନ୍ତି ସତନାମୀ,ନାଏବ ସରପଞ୍ଚ ବୃନ୍ଦା ପାତ୍ର,ନିରାଶ ପାତ୍ର, ପୂର୍ଣ୍ଣମୀ ମାଝୀ, ହାରାବତୀ ମାଝୀ, ମଦନା ସତନାମୀ, ନିରି ପାଣିଗ୍ରାହୀ, ମାନିଶା ସତନାମୀ, ଅଞ୍ଜଳି ସତନାମୀ, ପୁଷ୍ପା ସତନାମୀ,ଉପାସି ବାଣୁଆ, କ୍ଷୀର ଚଳାନ ଓ ମହିଳା ଗୋଷ୍ଠି ଓ ଗ୍ରାମବାସୀ ମାନେ ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ