Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାରୁ ହାରୁ ଜିତିଲା ଆର୍ଜେଣ୍ଟିନା! କଡ଼ା ଟକ୍କର ଦେଲା ଛୋଟ ଦେଶ କେପ୍ ଭର୍ଡେ

ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ-୩୨ରେ ବଡ଼ ଅଘଟଣରୁ ଅଳ୍ପକେ ବଞ୍ଚିଯାଇଛି। ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳୁଥିବା କେପ୍ ଭର୍ଡେ ଚାମ୍ପିଅନ୍ ଦଳକୁ କଡ଼ା ଟକ୍କର ଦେଇଥିଲା। ଅତିରିକ୍ତ ସମୟରେ ହୋଇଥିବା ଆତ୍ମଘାତୀ ଗୋଲ୍ ସହାୟତାରେ ଆର୍ଜେଣ୍ଟିନା ୩-୨ ଗୋଲରେ ବିଜୟୀ ହୋଇ ରାଉଣ୍ଡ-୧୬ରେ ପ୍ରବେଶ କରିଛି। ପରବର୍ତ୍ତୀ ରାଉଣ୍ଡରେ ଆର୍ଜେଣ୍ଟିନାର ମୁକାବିଲା ଇଜିପ୍ଟ ସହ ହେବ।

ମ୍ୟାଚ୍‌ର ୨୯ତମ ମିନିଟରେ ଲିଓନେଲ ମେସି ଲିସାଣ୍ଡ୍ରୋ ମାର୍ଟିନେଜଙ୍କ ପାସକୁ ସୁନ୍ଦର ଭାବେ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହା ମେସିଙ୍କ ବିଶ୍ୱକପ୍ କ୍ୟାରିୟରର ୨୦ତମ ଗୋଲ ଥିଲା। କିନ୍ତୁ ୫୯ତମ ମିନିଟରେ କେପ୍ ଭର୍ଡେର ଡେରୟ ଡୁଆର୍ଟ ଗୋଲ୍ କରି ସ୍କୋରକୁ ୧-୧ କରିଦେଇଥିଲେ। ନିର୍ଦ୍ଧାରିତ ସମୟରେ ଆଉ କୌଣସି ଗୋଲ୍ ନହେବାରୁ ମ୍ୟାଚ୍ ରେ ଅତିରିକ୍ତ ସମୟ ଚାଲିଗଲା।

ତେବେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା। ପ୍ରଥମେ ଆର୍ଜେଣ୍ଟିନା ୨-୧ରେ ଆଗୁଆ ହୋଇଥିଲେ ମଧ୍ୟ କେପ୍ ଭର୍ଡେର ସିଡ୍ନି ଲୋପେଜ୍ କାବ୍ରାଲ୍ ଚମତ୍କାର ଗୋଲ୍ କରି ସ୍କୋରକୁ ୨-୨ କରିଦେଇଥିଲେ। ଶେଷରେ ୧୧୧ତମ ମିନିଟରେ ଆର୍ଜେଣ୍ଟିନା ଡିଫେଣ୍ଡର କ୍ରିଷ୍ଟିଆନ୍ ରୋମେରୋଙ୍କ ଚାପରେ କେପ୍ ଭର୍ଡେର ଡାଇନ୍ ବୋର୍ଗେସ୍ ଆତ୍ମଘାତୀ ଗୋଲ୍ ଦେଇଥିଲେ। ଏହି ଗୋଲ୍ ହିଁ ଆର୍ଜେଣ୍ଟିନାକୁ ୩-୨ରେ ବିଜୟ ଦେଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ