Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ମୁଜ୍ ସଙ୍କଟ ଶେଷ ପରେ ଭାରତର ବଡ଼ ନିଷ୍ପତ୍ତି; ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଜରୁରୀକାଳୀନ ନିୟନ୍ତ୍ରଣ ହଟାଇଲେ କେନ୍ଦ୍ର

ମଧ୍ୟପ୍ରାଚ୍ୟ ସଂଘର୍ଷ ଯୋଗୁଁ ଏଲ୍‌ଏନ୍‌ଜି (LNG) ଯୋଗାଣରେ ବାଧା ସୃଷ୍ଟି ହେବା ପରେ ଚଳିତ ବର୍ଷ ଲାଗୁ କରାଯାଇଥିବା ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଜରୁରୀକାଳୀନ ନିୟନ୍ତ୍ରଣକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଲାଗୁ ହୋଇଥିବା ବେଳେ ଆଲୋଚନା ପ୍ରକ୍ରିୟା ଚାଲିଛି ଏବଂ ହର୍ମୁଜ୍ ଜଳସନ୍ଧି ଦେଇ ସମୁଦ୍ର ଯାତାୟାତ ପୁଣି ସ୍ୱାଭାବିକ ହୋଇଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ‘ନ୍ୟାଚୁରାଲ୍ ଗ୍ୟାସ (ସପ୍ଲାଇ ରେଗୁଲେସନ୍) (ସଂଶୋଧନ) ଆଦେଶ, ୨୦୨୬’ ଜାରି କରିଛନ୍ତି। ଏହା ସହିତ ପୂର୍ବରୁ ଲାଗୁ ଥିବା ଜରୁରୀକାଳୀନ ଯୋଗାଣ ନିୟନ୍ତ୍ରଣକୁ ପ୍ରତ୍ୟାହାର କରାଯାଇଛି। ସରକାରୀ ଗେଜେଟ୍‌ରେ ପ୍ରକାଶ ପାଇବା ଦିନଠାରୁ ଏହି ସଂଶୋଧନ କାର୍ଯ୍ୟକାରୀ ହୋଇଛି।

ଇରାନ-ଇସ୍ରାଏଲ ସଂଘର୍ଷ ସମୟରେ ହର୍ମୁଜ୍ ଜଳସନ୍ଧି ଦେଇ ଏଲ୍‌ଏନ୍‌ଜି ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କାରେ ଭାରତ ସତର୍କତାମୂଳକ ପଦକ୍ଷେପ ନେଇଥିଲା। ବର୍ତ୍ତମାନ ପରିସ୍ଥିତି ସୁଧୁରୁଥିବାରୁ ଗ୍ୟାସ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବା ସହ ଶିଳ୍ପ ଓ ବିଦ୍ୟୁତ୍ କ୍ଷେତ୍ର ପାଇଁ ଏହା ଆଶ୍ୱସ୍ତିକର ପଦକ୍ଷେପ ବୋଲି ମନେ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ