Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଯୌନ ଶୋଷଣ ବିଜ୍ଞାପନ ମାମଲାରେ ମେଟାକୁ ତଲବ କଲେ କେନ୍ଦ୍ର; ଇନଷ୍ଟାଗ୍ରାମକୁ ମାଗିବେ ଜବାବ

ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ (Child Sexual Abuse) ସମ୍ପର୍କିତ ବିଜ୍ଞାପନ ପ୍ରସାରଣ ଅଭିଯୋଗକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶରେ ମେଟା (Meta) ଅଧିକାରୀଙ୍କୁ ତଲବ କରାଯାଇଛି। ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଓ ଫେସବୁକ୍‌ର ମାଲିକାନା ଥିବା ମେଟାକୁ ଏଭଳି ବିଜ୍ଞାପନ କିପରି ପ୍ଲାଟଫର୍ମରେ ପ୍ରକାଶ ପାଇଲା ଏବଂ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ନେଉଛି ସେନେଇ ସ୍ପଷ୍ଟୀକରଣ ମାଗିବ ସରକାର।

ବିବିସିର ଏକ ରିପୋର୍ଟରେ ଭାରତରେ ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ସାମଗ୍ରୀକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ଚାଲୁଥିବା ଅଭିଯୋଗ ହୋଇଥିଲା। ବିବିସି ପକ୍ଷରୁ ଏହା ଜଣାଇବା ପରେ ପ୍ରଥମେ ମେଟା କହିଥିଲା ଯେ ଏହି ବିଜ୍ଞାପନ ସେମାନଙ୍କ କମ୍ୟୁନିଟି ଗାଇଡଲାଇନ୍‌ର ଉଲ୍ଲଂଘନ କରୁନାହିଁ। ତେବେ ପରେ ମେଟା ଅଭିଯୁକ୍ତ ବିଜ୍ଞାପନଗୁଡ଼ିକୁ ହଟାଇବା ସହ ସମ୍ପୃକ୍ତ ଆକାଉଣ୍ଟ ଓ URLକୁ ବ୍ଲକ୍ କରିଥିବା ସୂଚନା ଦେଇଛି।

ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ହ୍ୱାଟ୍ସଆପ୍‌ର ନୂଆ ‘Username’ ଫିଚର୍‌କୁ ନେଇ ମେଟାକୁ ନୋଟିସ୍ ଜାରି କରିଥିଲେ। ସରକାରଙ୍କ ମତରେ, ଏହି ଫିଚର୍ ଦ୍ୱାରା ଅନଲାଇନ୍ ଠକେଇ, ଫିଶିଂ, ଡିଜିଟାଲ୍ ଗିରଫ ଏବଂ ଛଦ୍ମ ପରିଚୟ ମାଧ୍ୟମରେ ଠକେଇ ଘଟଣା ବଢ଼ିପାରେ। ତେଣୁ ମେଟାକୁ ତିନି ଦିନ ମଧ୍ୟରେ ବିସ୍ତୃତ ସ୍ପଷ୍ଟୀକରଣ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories