ପର୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ବନ ମହୋତ୍ସବ‘ଏକ ପେଡ୍ ମା’ କେ ନାମ’ ଅଭିଯାନରେ ସାମିଲ ହେଲେ ବିଧାୟକ”।
କଳାହାଣ୍ଡି,୦୫/୦୭
କଳାହାଣ୍ଡି ଜିଲ୍ଲାର ପର୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନାଞ୍ଚଳ ସ୍ତରୀୟ ୭୭ତମ ବନ ମହୋତ୍ସବ–୨୦୨୭ ଉତ୍ସାହ ଓ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ “ଏକ ପେଡ୍ ମା’ କେ ନାମ” ଅଭିଯାନକୁ ସମର୍ଥନ ଜଣାଇ ମା’ଙ୍କ ପ୍ରତି ସମ୍ମାନ ଓ ପରିବେଶ ସୁରକ୍ଷାର ସନ୍ଦେଶ ଦେବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷ ମାନବ ଜୀବନର ଅମୂଲ୍ୟ ସମ୍ପଦ ହୋଇଥିବା ବେଳେ ପରିବେଶ ସନ୍ତୁଳନ ରକ୍ଷା ସହ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଧାୟକ,ଉପସ୍ଥିତ ଜନ ପ୍ରତିନିଧି ଓ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ।କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେପି ଜନଜାତି ମୋର୍ଚ୍ଚାର ସମ୍ପାଦକ ସୁଧୀର ବାଗ, ପର୍ଲା ପଞ୍ଚାୟତର ସରପଞ୍ଚ ବିରିଜ ବାଗ, ଧର୍ମଗଡ଼ ବନ ଉପଖଣ୍ଡର ରେଞ୍ଜର ଭବାନୀ ଶଙ୍କର କୁଅଁର ଏବଂ ବନ ବିଭାଗର ଫରେଷ୍ଟର,ଫରେଷ୍ଟ ଗାର୍ଡ,ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରି ସବୁଜ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।

